Latest Odisha News

BREAKING NEWS

ମାଲେସିଆ ମାଷ୍ଟର୍ସ ବ୍ୟାଡମିଂଟନ: କ୍ୱାର୍ଟରରେ ସିନ୍ଧୁ, ପ୍ରଣୟ

ନୂଆଦିଲ୍ଲୀ: ମାଲେସିଆ ମାଷ୍ଟର୍ସ ବ୍ୟାଡମିଂଟନରେ ଭାରତୀୟ ଖେଳାଳିମାନେ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛନ୍ତି । ପିଭି ସିନ୍ଧୁ, ଏଚଏସ ପ୍ରଣୟ ଓ କିଦାମ୍ବି ଶ୍ରୀକାନ୍ତ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ମହିଳା ସିଙ୍ଗଲ୍ସରେ ସିନ୍ଧୁ ଜାପାନର ଆୟା ଓହେରୀଙ୍କୁ ୨୧-୧୬, ୨୧-୧୧ରେ ପରାସ୍ତ କରିଥିଲେ । ଏହି ମ୍ୟାଚ ୪୦ମିନିଟ ପର୍ଯ୍ୟନ୍ତ ଖେଳା ଯାଇଥିଲା । କ୍ୱାର୍ଟରରେ ସିନ୍ଧୁ ଚୀନର ୟି ମାନ ହଙ୍ଗଙ୍କୁ ଭେଟିବେ । ପୁରୁଷ ସିଙ୍ଗଲ୍ସରେ ପ୍ରଣୟ ଚୀନର ଶି ଫେଙ୍ଗ ଲିଙ୍କୁ ୨-୧ରେ ହରାଇଥିଲେ । ପ୍ରଥମ ଗେମ ଶି ପେଙ୍ଗ ୨୧-୧୩ରେ ଜିତିଥିଲେ । ଏହା ପରେ ପ୍ରଣୟ ଚମତ୍କାର ପ୍ରଦର୍ଶନ କରି ବାକି ୨ଟି ସେଟ ୨୧-୧୬ ଓ ୨୧-୧୧ରେ ଜିତି ମ୍ୟାଚରେ ବିଜୟ ହାସଲ କରିଥିଲେ । ପ୍ରଣୟ କ୍ୱାର୍ଟରରେ ଜାପାନର କେଂତା ନିିଶିମୋତାଙ୍କୁ ଭେଟିବେ ।

ଅନ୍ୟ ଏକ ମୁକାବିଲାରେ ଶ୍ରୀକାନ୍ତ ଥାଇଲାଣ୍ଡର କୁନାଲବୁତ ବିତିଦସର୍ନଙ୍କୁ ୨୧-୧୯ ଓ ୨୧-୧୯ରେ ହରାଇ କ୍ୱାର୍ଟରକୁ ଉନ୍ନୀତ ହୋଇଛନ୍ତି । ସେ ପରବର୍ତୀ ରାଉଣ୍ଡରେ ଇଣ୍ଡୋନେସିଆର କ୍ରିଷ୍ଟିଆନ ଏଡିନାଟାଙ୍କୁ ଭେଟିବେ । ଲକ୍ଷ୍ୟ ସେନ ହଂକଂର ଏଙ୍ଗସ ଏନଜିଙ୍କ ନିକଟରୁ ହାରି ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି ।

Leave A Reply

Your email address will not be published.