Latest Odisha News

BREAKING NEWS

ଆସନ୍ତୁ ଜାଣିବା କେଉଁ କଳାକାର ଆଇପିଏଲ ଉଦଯାପନୀ ଉତ୍ସବରେ ପରିବେଷଣ କରିବେ

ଅହମ୍ମଦାବାଦ: ଆଇପିଏଲ ୨୦୨୩ ସଂସ୍କରଣ ଅନ୍ତିମ ପଯ୍ୟାୟରେ ପଂହଚିସାରିଛି । ମେ ୨୮ରେ ଅହମ୍ମଦାବାଦରେ ଫାଇନାଲ ମ୍ୟାଚ ଖେଳାଯିବ । ଇତି ମଧ୍ୟରେ ବିସିସିଆଇ ଓ ଆୟୋଜକ କମିଟି ଫାଇନାଲ ପୂର୍ବରୁ ହେବାକୁ ଥିବା ଉଦଯାପନୀ ଉତ୍ସବରେ କେଉଁମାନେ ପରିବେଷଣ କରିବେ ତାହା ଘୋଷଣା କରାଯାଇଛି । ର‌୍ୟାପର କିଙ୍ଗ ଓ ମ୍ୟୁଜିକ ଡାଇରେକ୍ଟର ନ୍ୟୁକ୍ଲେୟା, ର‌୍ୟାପର ଡିଭାଇନ ଓ ଗାୟିକା ଜୋନିତା ଗାନ୍ଧୀ ମନଲୋଭା କାର୍ଯ୍ୟକ୍ରମ ପରିବେଷଣ କରିବେ । ଜୋନିତା ବ୍ରେକଅପ ସଙ୍ଗ, କଂରଟ ଲଗା ରେ ପରି ହିଟ ଗୀତ ଗାଇଛନ୍ତି । ଡିଭାଇନଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ ଗଲି ବୟରେ ରଣବୀର ସିଂ ଅଭିନୟ କରିଥିଲେ ।

ଉଦଘାଟନୀ ସମାରୋହରେ ଗାୟକ ଅରଜିତ ସିଂ, ଅଭିନେତ୍ରୀ ତମନ୍ନା ଓ ରଶ୍ମିକା ମାନ୍ଦନା ଦର୍ଶକଙ୍କ ମନ ଜିଣିଥିଲେc । ଫାଇନାଲ ମ୍ୟାଚ ସନ୍ଧ୍ୟା ୭ଟା୩୦ରୁ ଆରମ୍ଭ ହେବାକୁ ଥିବାରୁ ଉଦଯାପନୀ କାର୍ଯ୍ୟକ୍ରମ ସନ୍ଧ୍ୟା ୬ଟାରୁ ଆରମ୍ଭ ହେବ । ଚେନ୍ନାଇ ସୁପର କିଙ୍ଗସ ଫାଇନାଲରେ ପ୍ରବେଶ କରି ସାରିଛି । ମୁମ୍ବାଇ ଓ ଗୁଜରାଟ ମ୍ୟାଚର ବିଜେତା ଏବଂ ଚେନ୍ନାଇ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ ।

Leave A Reply

Your email address will not be published.