Latest Odisha News

ମାଲେସିଆ ମାଷ୍ଟର୍ସ ବ୍ୟାଡମିଂଟନ: ଫାଇନାଲରେ ପ୍ରଣୟ, ସିନ୍ଧୁ ବିଦା

ନୂଆଦିଲ୍ଲୀ:ଭାରତର ଏଚଏସ ପ୍ରଣୟ ମାଲେସିଆ ମାଷ୍ଟର୍ସ ବ୍ୟାଡମିଂଟନର ଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରଣୟ ଓ ଇଣ୍ଡୋନେସିଆର କ୍ରିଷ୍ଟିଆନ ଆଡିନାଟାଙ୍କ ମଧ୍ୟରେ ଆଜି ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲ ମ୍ୟାଚ ବେଶ ରୋମାଂଚକପୂର୍ଣ୍ଣ ହୋଇଥିଲା । ପ୍ରଣୟ ୧୯-୧୭ରେ ଆଗୁଆ ଥିବା ବେଳେ ଆଘାତ ସମସ୍ୟା ଯୋଗୁ ୨୦୧୯ ବିଶ୍ୱ ଜୁନିୟର ଚାମ୍ପିୟନ କ୍ରିଷ୍ଟିଆନ ଓହରି ଯାଇଥିଲେ । ଏକ ଶଟ ମାରିବାକୁ ଯାଇ ଆଡିନାଟାଙ୍କ ଗୋଡ ମୋଡି ହୋଇ ଯାଇଥିଲା । ଡାକ୍ତରଙ୍କ ଚିକିତ୍ସା ସତ୍ୱେ ସେ ଖେଳିବା ପାଇଁ ପ୍ରସ୍ତୁତ ହୋଇପାରି ନଥିଲେ । ଫଳରେ ପ୍ରଣୟଙ୍କୁ ବିଜେତା ଘୋଷିତ କରାଯାଇଥିଲା । ସେ ଫାଇନାଲରେ ଲିନ ଚୁନ ୟି ଓ ୟାଙ୍ଗ ୱେଙ୍ଗ ମଧ୍ୟରେ ଅନୁଷ୍ଠିତ ମ୍ୟାଚର ବିଜେତାଙ୍କୁ ଭେଟିବେ ।

ଅପରପକ୍ଷରେ ମହିଳା ସିଙ୍ଗଲ୍ସରେ ପିଭି ସିନ୍ଧୁଙ୍କ ଅଭିଯାନ ସେମିଫାଇନାଲରେ ଶେଷ ହୋଇଛି । ସେ ଇଣ୍ଡୋନେସିଆର ଗ୍ରେଗରିଆ ମାରିସ୍କା ଟୁନଜଙ୍ଗଙ୍କ ନିକଟରୁ ୧୪-୨୧ ଓ ୧୭-୨୧ ସିଧାସଳଖ ଗେମରେ ପରାଜିତ ହୋଇଥିଲେ । ସିନ୍ଧୁ ଏହି ମ୍ୟାଚରେ ତାଙ୍କ ଦକ୍ଷତା ମୁତାବକ ପ୍ରଦର୍ଶନ କରିପାରି ନ ଥିଲେ । ସିନ୍ଧୁଙ୍କ ବିପକ୍ଷରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଡିଫେନ୍ସିଭ ରଣନୀତି ଆପଣାଇ ଫାଇଦାରେ ରହିଥିଲେ ।

Leave A Reply

Your email address will not be published.