Latest Odisha News

BREAKING NEWS

ଗ୍ଲାମରସ ପୋଲିସ: ଅପରାଧୀ ବି କରନ୍ତି ହଇରାଣ, ବାଧ୍ୟ ହୋଇ ଛାଡ଼ିଲେ ଚାକିରି

ନ୍ୟୁୟର୍କ: ଭାରତରେ ପ୍ରତ୍ୟେକ ବ୍ୟକ୍ତି ସରକାରୀ ଚାକିରି ଚାହିଁଥାନ୍ତିି । ସରକାରୀ ଚାକିରିରେ ଏତେ ଲାଭ ଅଛି ଯେ, ଜଣେ ବ୍ୟକ୍ତି ଅନେକ ବର୍ଷ ଧରି ଏଥିଲାଗି ପ୍ରସ୍ତୁତ ହୋଇଥାଏ । ଅନେକ ପରୀକ୍ଷା ଏବଂ ସାକ୍ଷାତକାର ଦେବା ପରେ ଖଣ୍ଡେ ସରକାରୀ ଚାକିରି ମିଳିଥାଏ । କିନ୍ତୁ ଆମେରିକାରେ ରହୁଥିବା ଜଣେ ମହିଳା ପୋଲିସ ଚାକିରି ଛାଡି ଏବେ ନିଜର ହଟ ଫଟୋ ବିକ୍ରି କରିବା ଆରମ୍ଭ କରିଛନ୍ତି ।

ମେଲିସା ୱିଲିୟମ୍ସ ନାମକ ଜଣେ ମହିଳା ନ୍ୟୁୟର୍କରେ ରୁହନ୍ତି । ଦେଖିବାକୁ ବହୁତ ସୁନ୍ଦର । ତାଙ୍କର ଛୋଟବେଳୁ ଇଛା ଥିଲା ବଡ଼ ହେଲେ ଗୋଟେ ସରକାରୀ ଚାକିରି କରିବେ । ବଡ଼ ହେବା ପରେ ତାଙ୍କ ସ୍ୱପ୍ନ ପୂରଣ କରିବାକୁ ଚେଷ୍ଟା କଲେ । ଅନେକ ପରୀକ୍ଷା ଦେବା ପରେ ଶେଷରେ ସେ ଏକ ପୋଲିସ ଚାକିରି ପାଇଲେ,ଯାହାକୁ ନେଇ ସେ ଖୁବ୍ ଖୁସି ହେଲେ । ସେ ଏତେ ସୁନ୍ଦର ଯେ ତାଙ୍କ ଅଫିସର ସମସ୍ତ କର୍ମଚାରୀ ତାଙ୍କୁ ହଇରାଣ କରୁଥିଲେ । ଯେତେବେଳେ ସେ ଅପରାଧୀଙ୍କୁ ଧରିବା ପାଇଁ ଯାଉଥିଲେ ସେତେବେଳେ ସେ ମଧ୍ୟ ତାଙ୍କୁ ହଇରାଣ କରିବାକୁ ପଛାଉ ନ ଥିଲେ । ଦୀର୍ଘ ୨୫ ବର୍ଷ ଧରି ପୋଲିସରେ କାର୍ଯ୍ୟ କରିଲେ । ଦିନକୁ ଦିନ ତାଙ୍କ ପ୍ରତି ଅତ୍ୟାଚାର ବଢିବାକୁ ଲାଗିଲା । ଶେଷରେ ସେ ଚାକିରି ଛାଡ଼ିବାକୁ ନିଷ୍ପତ୍ତି ନେଲେ ଓ ଛାଡ଼ି ବି ଦେଲେ ।

ମେଲିସା କୁହନ୍ତି, ଯଦି ମୁଁ କୌଣସି ଘଟଣାସ୍ଥଳକୁ ଯାଏ ଲୋକେ ମୋତେ ନକଲି ପୋଲିସ ଭାବନ୍ତି ଓ ହଇରାଣ କରନ୍ତି । ଯେଉଁ ସୌନ୍ଦର୍ଯ୍ୟ ପାଇଁ ତାଙ୍କ ସ୍ୱପ୍ନର ଚାକିରି ଛାଡ଼ିଲେ ତାକୁ ନେଇ କିପରି ଟଙ୍କା ରୋଜଗାର କରିବେ ଇଛା କଲେ । ଏବେ ସେ ତାଙ୍କର ହଟ୍ ଫଟୋ ଇଣ୍ଟରନେଟ୍‌ରେ ବିକ୍ରି କରୁଛନ୍ତି । ମେଲିସାଙ୍କ ନିଷ୍ପତ୍ତକୁ ତାଙ୍କ ସ୍ୱାମୀ ସମର୍ଥନ ମଧ୍ୟ କରିଥିଲେ । ଖୁବ୍ କମ ସମୟରେ ମେଲିସାଙ୍କ ପ୍ରଶଂସକଙ୍କ ସଂଖ୍ୟା ବୃଦ୍ଧି ପାଇଲା । ମେଲିସା ପୋଲିସ୍ ୟୁନିଫର୍ମରେ ମଧ୍ୟ ଭିଡିଓ କରନ୍ତିି ।

Leave A Reply

Your email address will not be published.