ନୂଆଦିଲ୍ଲୀ: କ୍ରିକେଟ ପରେ ହକିରେ ମଧ୍ୟ ପାକିସ୍ତାନ ଅପମାନିତ ହୋଇଛି । ବକେୟା ଅର୍ଥ ଦେଇ ନ ପାରିବାରୁ ପାକିସ୍ତାନକୁ ଏକ ବଡ ହକି ଟୁର୍ଣ୍ଣାମେଂଟ ପାଇଁ ଆମନ୍ତ୍ରଣ କରାଯାଇ ନାହିଁ । ମାଲେସିଆ ହକି ମହାସଂଘ ପାକିସ୍ତାନକୁ ଏଥର ଅଜଲାନ ଶାହ କପ ହକି ପାଇଁ ଆମନ୍ତ୍ରଣ କରି ନାହିଁ । ଅକ୍ଟୋବର ୨୦୨୩ରେ ପାକିସ୍ତାନ ଟିମ ଜୋହର କପ ଖେଳିବାକୁ ଯାଇଥିଲେ । ପିଏଚଏଫର କେତେକ ଅଧିକାରୀ ସେମାନଙ୍କ ପରିବାର ସଦସ୍ୟଙ୍କୁ ନେଇ ଯାଇଥିଲେ । ଟିମର ସମସ୍ତ ଖର୍ଚ୍ଚ ଆୟୋଜକ ଉଠାଇବାକୁ ରାଜି ଥିବା ବେଳେ ପରିବାର ସଦସ୍ୟଙ୍କ ଖର୍ଚ୍ଚ ବହନ କରିବାକୁ ମନା କରି ଦେଇଥିଲା । ଏହା ସତ୍ୱେ ସେମାନେ ୮.୮୩ ଲକ୍ଷ ଟଙ୍କା ବାକି ରଖିଥିଲେ । ଏହାକୁ ନେଇ ମାଲେସିଆ ହକି ମହାସଂଘ ଏହି ପଦକ୍ଷେପ ଗ୍ରହଣ କରିଛି ।
କମ ଦିନ ମଧ୍ୟରେ ଏହି ଅର୍ଥ ପୈଠ ନ କଲେ ଆନ୍ତର୍ଜାତୀୟ ହକି ମହାସଂଘ ନିକଟକୁ ଯିବୁ ବୋଲି ମାଲେସିଆ ହକି ପକ୍ଷରୁ କୁହାଯାଇଛି । ପୂର୍ବରୁ ୨୦୨୩ ଏସିଆ କପରେ ପିସିବି ଆୟୋଜକ ଥିଲେ ମଧ୍ୟ ଶ୍ରୀଲଙ୍କାରେ ମ୍ୟାଚ ଆୟୋଜିତ ହୋଇଥିଲା । ପିସିବି ଆଜି ପର୍ଯ୍ୟନ୍ତ ଶ୍ରୀଲଙ୍କା ବୋର୍ଡର ବକେୟା ଅର୍ଥ ପୈଠ କରିନି । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନର ଆର୍ଥୀକ ଅବସ୍ଥା ଆହୁରି ଖରାପ ହେବ ବୋଲି ଅନୁମାନ କରାଯାଉଛି ।
Comments are closed.