Latest Odisha News

BREAKING NEWS

ଭାରତର ମିସାଇଲ ଦେଖି ଛାନିଆ ପାକିସ୍ତାନ ! ଗୋଟିଏ ମାଡ଼ରେ ଧ୍ୱଂସ ହୋଇଯିବ ଇସଲାମବାଦ

ନୂଆଦିଲ୍ଲୀ: ଆଉ ସେ ଜମ୍ମୁ-କଶ୍ମୀର ଏ ଜାମ୍ମୁ-କାଶ୍ମୀର ନୁହେଁ। ବଢ଼ିଛି ବିକାଶ ବଦଳିଛି ଲୋକଙ୍କ ମାନସିକତା। ନବେ ଦଶକ ତୁଳନାରେ ପରିସ୍ଥିତି ବହୁତ ବଦଳିଛି। ଭୂସ୍ୱର୍ଗ କୁହାଯାଉଥିବା କଶ୍ମୀର ଏବେ ଭାରତର ଅନ୍ୟ ଅଞ୍ଚଳ ସହ ରେଳ ଯୋଗାଯୋଗ ଦ୍ୱାରା ସଂଯୁକ୍ତ ହୋଇଛି। ସମ୍ପ୍ରତି କଶ୍ମୀର ଉପତ୍ୟକାରେ ପର୍ଯ୍ୟଟକଙ୍କ ସଂଖ୍ୟା ରେକର୍ଡ ବୃଦ୍ଧି ପାଇଛି। ଏହା ଦ୍ୱାରା ଉପତ୍ୟକାବାସୀଙ୍କ ଆୟ ବୃଦ୍ଧି ପାଇଛି ଏବଂ ସେମାନଙ୍କ ଜୀବନଶୈଳୀରେ ମଧ୍ୟ ପରିବର୍ତ୍ତନ ଆସିଛି। କିନ୍ତୁ ଜମ୍ମୁ-କଶ୍ମୀରରେ ଏହି ଶାନ୍ତି ଓ ସୌହାର୍ଦ୍ଦ ପରିବେଶ ଶତ୍ରୁ ଦେଶ ପାକିସ୍ତାନକୁ ପସନ୍ଦ ହେଉନାହିଁ। ସେ ଯେକୌଣସି ବି ସମୟରେ ପରିସ୍ଥିତି ଖରାପ କରିବାକୁ ଚେଷ୍ଟା କରୁଛି। ଏହି ଉଦ୍ଦେଶ୍ୟରେ ପାକିସ୍ତାନ ସରକାର ତାଙ୍କ ସେନାର ପୃଷ୍ଠପୋଷକତାରେ ଆତଙ୍କବାଦୀମାନଙ୍କୁ ନିୟୋଜିତ କରି ପହଲଗାମରେ ଆତଙ୍କୀ ହମଲା କରିଛି। ପହଲଗାମର ବୈସେରାନ ଉପତ୍ୟକାରେ ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରୁଥିବା ନିରୀହ ଓ ନିରସ୍ତ୍ର ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀମାନେ ନିର୍ମମ ଆକ୍ରମଣ କରିଛନ୍ତି।

ପାକିସ୍ତାନରେ ତାଲିମ ନେଇ କଶ୍ମୀର ଉପତ୍ୟକାରେ ପହଞ୍ଚି 28 ଜଣ ନିରୀହ ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହି ଘଟଣା ସାରା ଦେଶରେ ଦୁଃଖ ଓ କ୍ରୋଧର ପରିବେଶ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ପଷ୍ଟ ଭାବେ କହିଛନ୍ତି ଯେ ଆତଙ୍କବାଦୀ ଏବଂ ସେମାନଙ୍କୁ ଆଶ୍ରୟ ଦେଉଥିବା ଲୋକଙ୍କୁ ଛଡ଼ା ଯିବ ନାହିଁ। ଏହାପରେ ପାକିସ୍ତାନରେ ହଟଚମଟ ସୃଷ୍ଟି ହୋଇଛି। ଏପରିସ୍ଥିତିରେ ଭାରତ ନିକଟରେ ଏପରି ମିସାଇଲ ରହିଛି, ଯାହା ଚୁଟକିରେ ଲାହୋର, କରାଚୀ, ଇସଲାମାବାଦ ଓ ରାୱଲପିଣ୍ଡି ପରି ସହରଗୁଡ଼ିକୁ ଧ୍ୱଂସସ୍ତୂପରେ ପରିଣତ କରିପାରିବ। ଏହି କାରଣରୁ ଭାରତର କଡ଼ା ଆଭିମୁଖ୍ୟ ଦେଖି ପାକିସ୍ତାନ ଥରହର ହୋଇ କମ୍ପୁଛି।

ଭାରତର ମିସାଇଲ ଶକ୍ତି
ଭାରତ ଅଗ୍ନି ବାଲିଷ୍ଟିକ ମିସାଇଲ ଏବଂ ବ୍ରହ୍ମୋସ କ୍ରୁଜ ମିସାଇଲର ଏକାଧିକ ଥର ସଫଳ ପରୀକ୍ଷଣ କରିସାରିଛି। ଏହି ମିସାଇଲଗୁଡ଼ିକର ପରିସର ପ୍ରାୟ ସମ୍ପୂର୍ଣ୍ଣ ପାକିସ୍ତାନକୁ ଉଡ଼ାଇବାର କ୍ଷମତା ରିଖିଛି। ଅଗ୍ନି ମିସାଇଲକୁ ଆନ୍ତର୍ଜାତୀୟ ବାଲିଷ୍ଟିକ ମିସାଇଲ (ICBM) ମାନ୍ୟତା ମିଳିଛି। ଅନ୍ୟପକ୍ଷରେ, ଭାରତ ଓ ରୁଷିଆର ମିଳିତ କ୍ରୁଜ ମିସାଇଲ ଉଦ୍ୟୋଗ ବ୍ରହ୍ମୋସର ଶକ୍ତି ବିଶ୍ୱ ଦେଖିସାରିଛି। ବ୍ରହ୍ମୋସ ମିସାଇଲକୁ ଅନେକ ଦେଶକୁ ରପ୍ତାନି କରାଯାଇଛି। ପହଲଗାମରେ ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଭାରତ ଏହି ହମଲାର ଜବାବ ଦେବାକୁ ଘୋଷଣା କରିସାରିଛଇ। ଭାରତର ପ୍ରତିରକ୍ଷା ଶକ୍ତି ଦେଖି ପାକିସ୍ତାନ ଭୟଭୀତ ହୋଇଛି। ପଡ଼ୋଶୀ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଏପରିକି ଆଲୋଚନା ମାଧ୍ୟମରେ ଏହି ମାମଲାର ସମାଧାନ କରିବା କଥା କହିଛନ୍ତି। ବର୍ତ୍ତମାନ ଭାରତ କୂଟନୈତିକ ଆକ୍ରମଣ ଆରମ୍ଭ କରିଛି, କିନ୍ତୁ ଆବଶ୍ୟକ ହେଲେ ଭାରତ ସେହି ବଟନ ଦବାଇବା କ୍ଷମତା ରଖେ, ଯାହା ସମଗ୍ର ପାକିସ୍ତାନକୁ ଶ୍ମଶାନରେ ପରିଣତ କରିଦେବ।

ଭାରତରୁ ପାକିସ୍ତାନର ପ୍ରମୁଖ ସହରଗୁଡ଼ିକର ଦୂରତା

  • ଅମୃତସରରୁ ଲାହୋର: ୫୫ କି.ମି.
  • ପଠାନକୋଟରୁ ଲାହୋର: ୧୪୮ କି.ମି.
  • ଅମୃତସରରୁ ଇସଲାମାବାଦ: ୨୮୭ କି.ମି.
  • ପଠାନକୋଟରୁ ଇସଲାମାବାଦ: ୨୯୧ କି.ମି.
  • ଅମୃତସରରୁ ରାୱଲପିଣ୍ଡି: ୨୭୬ କି.ମି.
  • ପଠାନକୋଟରୁ ରାୱଲପିଣ୍ଡି: ୨୮୫ କି.ମି.
  • ଭୁଜରୁ କରାଚୀ: ୩୨୫ କି.ମି.

ଅଗ୍ନି-୫ ବାଲିଷ୍ଟିକ ମିସାଇଲ
ଭାରତ ଅଗ୍ନି-୫ ବାଲିଷ୍ଟିକ ମିସାଇଲର ଏକାଧିକ ଶ୍ରେଣୀରେ ସଫଳ ପରୀକ୍ଷଣ କରିଛି। ପରିସର, ଗତି ଓ ଧ୍ୱଂସକ୍ଷମତା ଆଧାରରେ ଅଗ୍ନି-୫ ମିସାଇଲକୁ ICBM ମାନ୍ୟତା ମିଳିଛି। ଅଗ୍ନି-୫ ମିସାଇଲ ୫୫୦୦ କି.ମି.ରୁ ଅଧିକ ଦୂରତାରେ ଥିବା ଲକ୍ଷ୍ୟକୁ ଧ୍ୱଂସ କରିପାରେ। ଏହା ପରମାଣୁ ଅସ୍ତ୍ର ବହନ କରିବାରେ ମଧ୍ୟ ସକ୍ଷମ। ଅଗ୍ନି-୫ ଏସିଆ ସହ ଇଉରୋପ ଓ ଆଫ୍ରିକା ମହାଦେଶର କିଛି ଅଞ୍ଚଳରେ ଥିବା ଲକ୍ଷ୍ୟକୁ ଧ୍ୱଂସ କରିପାରେ। ଏହାର ଗତି ଅଦ୍ଭୁତ ଓ ଅକଳ୍ପନୀୟ। ଅଗ୍ନି-୫ ମିସାଇଲ ମାକ ୨୪ ଅର୍ଥାତ୍ ଶବ୍ଦର ଗତିଠାରୁ ୨୪ ଗୁଣ ଅଧିକ ବେଗରେ ଯାତ୍ରା କରିପାରେ। ପାକିସ୍ତାନ କିଛି କରିବା ବିଷୟରେ ଚିନ୍ତା କରିବା ପୂର୍ବରୁ ଅଗ୍ନି-୫ ତାକୁ ଧ୍ୱଂସର ଦୃଶ୍ୟ ଦେଖାଇଦେବ।

ବ୍ରହ୍ମୋସ କ୍ରୁଜ ମିସାଇଲ
ବ୍ରହ୍ମୋସ କ୍ରୁଜ ମିସାଇଲ ଭାରତ ଓ ରୁଷିଆର ମିଳିତ ଉଦ୍ୟୋଗ। ଏହି ମିସାଇଲର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି, ଶତ୍ରୁକୁ ପୂରା ଧ୍ୱଂଶ ନକରିବା ପର୍ଯ୍ୟନ୍ତ ତା’ର ପିଛା ଛାଡ଼େ ନାହିଁ। ବ୍ରହ୍ମୋସ ମିସାଇଲର ପ୍ରାରମ୍ଭିକ ପରିସର ୨୯୦ କି.ମି., କିନ୍ତୁ ଏହାକୁ ୫୦୦ କି.ମି. ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ। କିଛି ରିପୋର୍ଟ ଅନୁଯାୟୀ, ବ୍ରହ୍ମୋସ ମିସାଇଲ ୮୦୦ କି.ମି. ପର୍ଯ୍ୟନ୍ତ ଲକ୍ଷ୍ୟକୁ ଧ୍ୱଂସ କରିପାରେ। ଭାରତ ଏହି ମିସାଇଲକୁ ଅନେକ ଦେଶକୁ ରପ୍ତାନି କରିଛି। ଏହା ଭାରତୀୟ ସେନା ଓ ବାୟୁସେନା ପାଇଁ ବିଶେଷ ଭାବେ ବିକଶିତ ହୋଇଛି। ଭାରତ ବ୍ରହ୍ମୋସ ମିସାଇଲର ହାଇପରସୋନିକ ସଂସ୍କରଣ ବିକାଶ କରୁଛି, ଯାହାର ପରିସର ୧୫୦୦ କି.ମି. ହେବ ଏବଂ ଏହା ମାକ-୮ (ଶବ୍ଦର ଗତିଠାରୁ ୮ ଗୁଣ ଅଧିକ) ବେଗରେ ଯାତ୍ରା କରିବ।

 

Comments are closed.