କୋଲକାତା: ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ପଞ୍ଚାୟତ ଦ୍ୱାରା ଜଣେ ଝିଅ ସହ ବଳପୂର୍ବକ ବିବାହ କରିବା କହିବାରୁ ଜଣେ ୨୦ ବର୍ଷ ବୟସ୍କ ଯୁବକ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି।
ଏହି ଯୁବକ ଜଣକ ମାଲଦା ଜିଲ୍ଲାର ମାଣିକଚକ ଗାଁର ବୋଲି ଜଣାପଡିଛି। ରବିବାର ଦିନ କିଛି ଲୋକ ଯୁବକ ଜଣଙ୍କୁ ତାଙ୍କ ପ୍ରେମିକାଙ୍କ ସହ ଅନ୍ତରଙ୍ଗ ମୂହୁର୍ତ୍ତ ବିତଉଥିବା ସମୟରେ ଧରିଥିଲେ। ଉକ୍ତ ଯୁବକଙ୍କ ପ୍ରେମିକା ଦଶମ ଶ୍ରେଣୀର ଛାତ୍ରୀ ଥିଲେ। ଏହାପରେ ଏକ ଗ୍ରାମ ପଞ୍ଚାୟତ ଦ୍ବାରା ଏକ ବୈଠକ ଡକାଯାଇଥିଲା। ବୈଠକରେ ଗାଁ ମୁଖିଆ ସେମାନଙ୍କୁ ଦଣ୍ଡ ସ୍ବରୂପ ପରସ୍ପରକୁ ବିବାହ କରିବାକୁ କୁହାଯାଇଥିଲା।
ଏହାପରେ ସେହି ଦିନ ଉଭୟ ଏକ ମନ୍ଦିରରେ ପରସ୍ପରକୁ ବିବାହ କରିଥିଲେ। କିନ୍ତୁ ଯୁବକଙ୍କ ମା ଏହି ବିବାହକୁ ଗ୍ରହଣ କରିବାକୁ ସଫା ସଫା ମନା କରିଦେଇଥିଲେ। ଏହାପରଦିନ ଯୁବକ ଜଣକ ତାଙ୍କ ମାଙ୍କ ସହିତ ଏହି ପ୍ରସଙ୍ଗକୁ ନେଇ ଭୀଷଣ ଯୁକ୍ତିତର୍କ ହୋଇଥିଲା। ଏହାପରେ ଯୁବକ ନିଜକୁ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା।
ପୋଷ୍ଟ ମର୍ଟମ ପାଇଁ ଯୁବକଙ୍କ ମୃତଦେହ ପଠାଯାଇଛି। ପୋଲିସ ଘଟଣାର ତଦନ୍ତ କରୁଛି ବୋଲି ଜଣାପଡ଼ିଛି।
Comments are closed.