Latest Odisha News

BREAKING NEWS

ରଥାରୁଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଜନ୍ମବେଦୀ ଛାଡ଼ି ବାହୁଡ଼ା ଯାତ୍ରାରେ ବାହାରିଛନ୍ତି ମହାପ୍ରଭୁ । ଧାଡ଼ି ପହଣ୍ଡିରେ ଆସି ରଥାରୁଢ଼ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ପରେ ବଡ଼ ଠାକୁର ଶ୍ରୀବଳଭଦ୍ର ରଥେ ବିଜେ କରିଛନ୍ତି । ସେମାନଙ୍କ ପରେ ପହଣ୍ଡିରେ ଆସି ରଥାରୁଢ଼ ହୋଇଥିଲେ ଦେବା ସୁଭଦ୍ରା ।

ଶେଷରେ ଟାହିଆ ହଲାଇ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ଦେଇ ବାହାରିଥିଲେ ପ୍ରଭୁ ଶ୍ରୀଜଗନ୍ନାଥ । କଳା ଶ୍ରୀମୁଖଖୁ ଦେଖି ଭକ୍ତର ମନ ମୁଗ୍ଧ ହୋଇଯାଇଛି । ଗୁଣ୍ଡିଚା ମନ୍ଦିର ପରିସରରରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ଘଣ୍ଟାଘଣ୍ଟା, କାହାଳି ଶବ୍ଦରେ ଚତୁର୍ଦ୍ଦିଗ କମ୍ପି ଉଠୁଛି ।

ଗୁଣ୍ଡିଚା ମନ୍ଦିରର ନାକଟଣା ଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ହୋଇଛନ୍ତି ତିନି ରଥ । ବର୍ତ୍ତମାନ ସୁଦ୍ଧା ମହାପ୍ରଭୁଙ୍କର ସମସ୍ତ ବାହୁଡ଼ା ନୀତିକାନ୍ତି ଶୃଙ୍ଖଳିତ ଭାବରେ ଚାଲିଛି । ନିର୍ଦ୍ଧାରିତ ସମୟ ଅପେକ୍ଷା ଆଗୁଆ ସବୁ ନୀତିକାନ୍ତ ଚାଲିଛି । ଅପରାହ୍ନ ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ଛେରାପହଁରା ହେବ । ଅପରାହ୍ନ ୪ଟା ସୁଦ୍ଧା ରଥଟଣା ହେବା ନେଇ ନୀତି ନିର୍ଘଣ୍ଟ ହୋଇଛି ।

Leave A Reply

Your email address will not be published.