Latest Odisha News

ନନ୍ଦନକାନନରେ କଲରାପତରିଆ ବାଘର ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠସ୍ଥ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମଙ୍ଗଳବାର ରାତିରେ ଏକ ୧୬ ବର୍ଷ ବୟସ୍କ ଅଣ୍ଡିରା କଲରାପତରିଆ ବାଘ ‘ସୁରଜ’ର ମୃତ୍ୟୁ ଘଟିଛି।

ଉକ୍ତ କଲାରାପତରିଆ ବାଘ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲା ବୋଲି ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କପକ୍ଷରୁ ସୂଚନା ମିଳିଛି।

ଗଞ୍ଜାମ ଜିଲ୍ଲାର ଭଞ୍ଜନଗରର ରିଜର୍ଭ ଜଙ୍ଗଲରୁ ସୁରଜକୁ ବନ ବିଭାଗ ୨୦୦୪ ମସିହାରେ ଉଦ୍ଧାର କରିଥିଲା । ସେସମୟରେ ତା’ର ବୟସ ମାତ୍ର ଚାରିମାସ ହୋଇଥିଲା ବୋଲି ବିଭାଗୀୟ ସୁତ୍ରରୁ ପ୍ରକାଶ।

ବର୍ତ୍ତମାନ ସମୟରେ ପ୍ରାଣୀ ଉଦ୍ୟାନରେ କଲରାପତରିଆ ବାଘ ସଂଖ୍ୟା ପାଞ୍ଚକୁ ଖସି ଆସିଛି । ଯେଉଁଥିରେ ତିନି ଅଣ୍ଡିରା ଏବଂ ଦୁଇଟି ମାଈ ରହିଛନ୍ତି ।

Leave A Reply

Your email address will not be published.