Latest Odisha News

BREAKING NEWS

କରୋନା ମୁକାବିଲା ଲାଗି ବାପାଙ୍କ ଅନ୍ତ୍ୟେଷ୍ଟି କ୍ରିୟା ଛାଡ଼ି ଆସିଲେ ଓଡ଼ିଶାର ଏହି ଆଇଏଏସ ଅଧିକାରୀ

ଭୁବନେଶ୍ୱର: କରୋନା ପରି ମରଣାନ୍ତକ ମହାମାରୀର ମୁକାବିଲା ଲାଗି ଓଡ଼ିଶା ସରକାର ଯୁଦ୍ଧକାଳୀନ ଭିତ୍ତିରେ ପ୍ରତିଷେଧାତ୍ମକ ପଦକ୍ଷେପ ଗ୍ରହଣ କରିବା ସହିତ ଏହି ଭୂତାଣୁର ସଂକ୍ରମଣ ରୋକିବା ଲାଗି ଲଢେଇ ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କରୋନା ବିରୋଧରେ ରାଜ୍ୟ ସରକାର ସଂଗ୍ରାମ ଜାରି ରଖିଛନ୍ତି । ନିଜ ପିତାଙ୍କ ମୃତକର୍ମ କ୍ରିୟା ଛାଡ଼ି କରୋନା ଭୂତାଣୁ ସଂକ୍ରମଣ ରୋକିବାର ସଂକଳ୍ପ ନେଇଥିବା ରାଜ୍ୟ ସରକାରଙ୍କ ଜଣେ ଆଇଏଏସ ଅଧିକାରୀ ଡ୍ୟୁଟିରେ ଯୋଗ ଦେଇଛନ୍ତି ।

BjdElectrycity

ଅସାଧାରଣ ସଂକଳ୍ପ ତଥା ପ୍ରତିବଦ୍ଧତାର ଏକ ଉଦାହରଣ ସୃଷ୍ଟି କରିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମୁଖ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ । ପିତାଙ୍କ ମୃତ୍ୟୁର ଗୋଟିଏ ଦିନ ପରେ ନିଜ ଡ୍ୟୁଟିରେ ଯୋଗଦାନ କରିଛନ୍ତି ଏହି ଆଇଏଏସ ଅଧିକାରୀ ।

ଏହି ବରିଷ୍ଠ ଆଇଏଏସ ଅଧିକାରୀଙ୍କ ପିତାଙ୍କର ସୋମବାର ଦିନ ମୃତ୍ୟୁ ହୋଇଥିଲା । ସେ ନିଜ ପିତାଙ୍କ ଅନ୍ତିମ ସଂସ୍କାର ଲାଗି ସୋମବାର ଦିନ ଗ୍ରାମକୁ ଯାଇ ଅନ୍ତ୍ୟେଷ୍ଟି କ୍ରିୟା ଛାଡ଼ି ମଙ୍ଗଳବାର ଦିନ ଡ୍ୟୁଟିରେ ଯୋଗଦାନ କରିଛନ୍ତି ।

ବରିଷ୍ଠ ଆଇଏଏସ ଅଧିକାରୀ ଶ୍ରୀ ଧଳଙ୍କ ଏହି ନିଃସ୍ୱାର୍ଥପର ସେବା ମନୋବୃତ୍ତି ତଥା ରାଜ୍ୟର ବୃହତ ସ୍ୱାର୍ଥ ପ୍ରତି ଦାୟିତ୍ୱବୋଧତା ଲାଗି ସେ ସବୁ ମହଲରୁ ପ୍ରସଂଶିତ ହେବାରେ ଲାଗିଛନ୍ତି ।

Leave A Reply

Your email address will not be published.