Latest Odisha News

ନନ୍ଦନକାନନରେ ବିରଳ ଲାଙ୍ଗୁର୍ ମୃତ

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନିକଟ ଅତୀତରେ ବିଲୁପ୍ତ ପ୍ରାୟ ଏକମାତ୍ର ଔରାଙ୍ଗଟାନର ମୃତ୍ୟୁ ହୋଇଥିବାବେଳେ ଶୁକ୍ରବାର ଦିନ ଏକ ଅଣ୍ଡିରା ନୀଳଗିରି ଲାଙ୍ଗୁର (ଏସିଆର ଲମ୍ବା ଲାଙ୍ଗୁଳ ବିଶିଷ୍ଟ ମାଙ୍କଡ) ସବୁଦିନ ଲାଗି ଆଖି ବୁଜିଛି ।

କିଛି ଦିନ ପୂର୍ବରୁ ଏହି ୧୭ ବର୍ଷୀୟ ମାଙ୍କଡଟି଼ କୌଣସି କାରଣରୁ ଝାଡ଼ାବାନ୍ତି ଓ ଜ୍ୱରରେ ଆକ୍ରାନ୍ତ ଥିଲା। ପରେ ଚିଡିଆଖାନା ଚିକିତ୍ସାଳୟର ଆଇସିୟୁ ୱାଡରେ ତା’କୁ ଭର୍ତ୍ତି କରାଯାଇଥିଲା । ସେଠାରେ ତା’ର ସ୍ୱାସ୍ଥ୍ୟବସ୍ଥା ସାମାନ୍ୟ ଉନ୍ନତି ପରିଲିକ୍ଷିତ ହେଉଥିବାବେଳେ ଦୁର୍ଭାଗ୍ୟବଶତଃ ତା’ର ମୃତ୍ୟୁ ଘଟିଥିଲା ବୋଲି ପ୍ରାଣୀଉଦ୍ୟାନ ସୁତ୍ରରୁ ପ୍ରକାଶ ।

ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍ କାରଣ ଜଣାପଡିବ ବୋଲି କର୍ତ୍ତୃପକ୍ଷଙ୍କ ସୁତ୍ରରୁ ପ୍ରକାଶ ।

ସୂଚନାଯୋଗ୍ୟ, ୨୦୧୭ ମସିହା ସେପ୍ଟେମ୍ବର ୨୬ ତାରିଖରେ ଚେନ୍ନାଇର ଅରିଗନଗରର ଆନ୍ନା ଚିଡ଼ିଆଖାନାରୁ ଏହି ମାଙ୍କଡ଼ଟି ନନ୍ଦନକାନକୁ ଅଣାଯାଇଥିଲା ।

Leave A Reply

Your email address will not be published.