Latest Odisha News

ମହାମାରୀ ବେଳେ ରାଜ୍ୟରେ ବଢ଼ିଛି ମ୍ୟାଲେରିଆ ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: କରୋନା ମହାମାରୀ ବେଳେ ମ୍ୟାଲେରିଆ ପରିଚାଳନରେ ରାଜ୍ୟ ସରକାର ଫେଲ୍ ମାରିଛନ୍ତି। ରିପୋର୍ଟ ଅନୁଯାୟୀ ୨୦୧୯ ତୁଳନାରେ ୨୦୨୦ରେ ଅଧିକ ସଂଖ୍ୟକ ଲୋକ ମ୍ୟାଲେରିଆରେ ପ୍ରାଣ ହରାଇଛନ୍ତି।  ରାଜ୍ୟରେ ୨୦୨୧ରେ ୧୩ ଜଣ ମ୍ୟାଲେରିଆରେ ମୃତ୍ୟୁ ବରଣ କରିଥିବା ବେଳେ ୨୦୨୦ ଓ ୨୦୧୯ରେ ୯ ଜଣ ଲେଖାଏଁ ମ୍ୟାଲେରିଆରେ ଜୀବନ ହାରିଛନ୍ତି । କିନ୍ତୁ ୨୦୧୮ରେ ମ୍ୟାଲେରିଆରେ ମାତ୍ର ୩ ଜଣ ପ୍ରାଣ ହରାଇଥିଲେ।

କୋଭିଡ ବେଳେ ଅନେକ ନିଃଶ୍ୱାସ ନେବାରେ ଅସୁବିଧାରେ ପଡିଥିଲେ। ତେଣୁ ମ୍ୟାଲେରିଆ କାରଣରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ହୋଇଥାଇପାରେ ବୋଲି କୁହାଯାଉଛି। ଦେଶରେ ଛତିଶଗଡ଼ରେ ଗତବର୍ଷ ୩୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ଥିଲା । ସବୁଠୁ ବଡ଼ କଥା ହେଲା ଛତିଶଗଡ ଏବଂ ଓଡ଼ିଶାର ପଡୋଶୀ ବିହାର, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ସମେତ ୨୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମ୍ୟାଲେରିଆ ଜନିତ ମୃତ୍ୟୁ ସଂଖ୍ୟା ଶୂନ ରହିଛି । କେରଳ ଓ ମଧ୍ୟପ୍ରଦେଶରେ ମାତ୍ର ଜଣେ ଲେଖାଏଁ ମ୍ୟାଲେରିଆରେ ପ୍ରାଣ ହରାଇଛନ୍ତି ।

ଉଦବେଗର ବିଷୟ ହେଉଛି ଯେ କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ଓ ମାଲକାନଗିରି ଭଳି ୫ଟି ଜିଲ୍ଲାରୁ ଅଧିକ ମ୍ୟାଲେରିଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ, ମହାମାରୀ ସମୟରେ ମ୍ୟାଲେରିଆ ନିରାକରଣ, ଚିକିତ୍ସା ବ୍ୟବସ୍ଥାରେ ବାଧା ଯୋଗୁ ପ୍ରାୟ ଦୁଇ ତୃତୀୟାଂଶ ମୃତ୍ୟୁ ଘଟିଥିଲା।

Comments are closed.