Latest Odisha News

BREAKING NEWS

ସନ୍ତୋଷ ଟ୍ରଫି ଫୁଟବଲ: ଓଡିଶାର ସେମି ଫାଇନାଲ ପ୍ରବେଶ ଆଶା ଧୂଳିସାତ

ଭୁବନେଶ୍ୱର: କେରଳରେ ଚାଲିଥିବା ସନ୍ତୋଷ ଟ୍ରଫି ଫୁଟବଲରେ ଓଡିଶାର ସେମି ଫାଇନାଲ ପ୍ରବେଶ ଆଶା ଧୂଳିସାତ ହୋଇଛି । ଗ୍ରୁପ ବି’ରେ କର୍ଣ୍ଣାଟକ ସହ ମିଳିତ ଭାବେ ଦ୍ୱିତୀୟ ସ୍ଥାନରେ ରହିଥିଲେ ମଧ୍ୟ ଗୋଲ ବ୍ୟବଧାନ ଯୋଗୁ ଓଡିଶା ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇପାରି ନ ଥିଲା । କର୍ଣ୍ଣାଟକ ୮ ଗୋଲ ସ୍କୋର କରିଥିବା ବେଳେ ୬ଟି ଖାଇଥିଲା । ଅପରପକ୍ଷରେ ଓଡିଶା ୭ଟି ଗୋଲ ଦେଇଥିବା ବେଳେ ସମାନ ସଂଖ୍ୟକ ଗୋଲ ବରଣ କରିଥିଲା । ସର୍ଭିସେସ ବିପକ୍ଷ ମ୍ୟାଚ ଓଡିଶା ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ଏହି ମ୍ୟାଚରେ ଓଡିଶା ୦-୨ ଗୋଲରେ ପରାଜିତ ହୋଇଥିଲା ।

ଏହା ସତ୍ୱେ କର୍ଣ୍ଣାଟକ ଓ ଗୁଜରାଟ ମ୍ୟାଚ ଉପରେ ଓଡିଶାର ଭାଗ୍ୟ ନିର୍ଭର କରୁଥିଲା । ଏହି ମ୍ୟାଚରେ କର୍ଣ୍ଣାଟକ ବିଜୟୀ ହୋଇ ସବୁ ଆଶା ଧୂଳିସାତ କରିଥିଲା । ମଣିପୁର, କର୍ଣ୍ଣାଟକ, କେରଳ ଓ ବେଙ୍ଗଲ ସେମିରେ ପ୍ରବେଶ କରିଛନ୍ତି ।

Leave A Reply

Your email address will not be published.