Latest Odisha News

BREAKING NEWS

ଏଥର ପୂର୍ବତନ ପତି ନବୀନ କହିଲେ, ସ୍ୱାତୀ ମିଛ କହୁଛନ୍ତି

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷ ସ୍ୱାତୀ ମାଲିୱାଲଙ୍କ ବୟାନ ସାରା ଦେଶରେ ଝଡ ସୃଷ୍ଟି କରିଥିଲା । ଏହାର ମୂଖ୍ୟ କାରଣ ଥିଲା ସେ ତାଙ୍କ ବାପାଙ୍କ ବିରୋଧରେ ଯୌନ ଶୋଷଣ ପରି ମାରାତ୍ମକ ଅଭିଯୋଗ ଆଣିଥିଲେ । ରବିବାର ବିଜେପି ପକ୍ଷରୁ ସ୍ୱାତୀଙ୍କ ବୟାନ ନେଇ ଟାର୍ଗେଡ କରାଯାଇଥିଲା । ସେନା ଅଧିକାରୀର ଝିଅ ବୋଲି ଗର୍ବ କରୁଥିବା ସ୍ୱାତୀ ବାପାଙ୍କ ମୃତ୍ୟୁ ପରେ ଏ ଭଳି ଅଭିଯୋଗ କାହିଁକି ଆଣିଲେ ? ଶସ୍ତା ଲୋକପ୍ରିୟତା ପାଇଁ ସେ ଏହି ରଣନୀତି ଆପଣାଇଛନ୍ତି ବୋଲି ବିଜେପି କହିଥିଲା । ଅପରପକ୍ଷରେ ସୋମବାର ସ୍ୱାତୀଙ୍କ ପୂର୍ବତନ ପତି ନବୀନ ଜୟହିନ୍ଦ ମଧ୍ୟ ତାଙ୍କୁ ସମାଲୋଚନା କରିଛନ୍ତି । ଶୋଷଣ ଓ ଯୌନ ଶୋଷଣ ମଧ୍ୟରେ ଅନେକ ଫରକ ରହିଛି । ସ୍ୱାତୀ ମିଛ କହୁଛନ୍ତି । ତାଙ୍କ ନାର୍କୋ ଟେଷ୍ଟ କରାଗଲେ ସବୁ ସତ ସମ୍ମୁଖକୁ ଆସିଯିବ ବୋଲି ନବୀନ କହିଛନ୍ତି ।

ଏହା ବ୍ୟତୀତ ସେ ମାନସିକ ଚାପରେ ନିଶ୍ଚିତ ଭାବେ ରହୁଥିବେ, ତାଙ୍କର ମେଂଟାଲ ଚେକଅପ ଜରୁରୀ ବୋଲି କହିଛନ୍ତି । ସ୍ୱାତୀ ଶନିବାର ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ତାଙ୍କ ବାପା ମାରିବା ସହ ଯୌନ ଶୋଷଣ କରୁଥିଲେ ବୋଲି ସର୍ବସମ୍ମୁଖରେ କହିଥିଲେ । ସୂଚନାଯୋଗ୍ୟ, କିଛି ଦିନ ତଳେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଯାଇଛି ।

Leave A Reply

Your email address will not be published.