ମାଲକାନଗିରି: ମାଲକାନଗିରି ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନ କୁ ଦିନ ବଢିଚାଲିଛି । ଇତି ମଧ୍ୟରେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୬ରେ ପହଁଚିଗଲାଣି । କେନ୍ଦ୍ରସରକାର ଦେଶରୁ ଲକଡାଉନ୍ କଟକଣା କୋହଳ କରି ଅନଲକ୨ର ନୂଆ ନିର୍ଦ୍ଦେଶାବଳୀ ଲାଗୁ କରିଥିବା ବେଳେ ଶୁକ୍ରବାର ଦିନ ଜିଲ୍ଲାପାଳ ମନୀଷ ଅଗରୱାଲ ସଟ୍ ଡାଉନ୍ , ରାତ୍ର କର୍ଫ୍ୟୁ ଓ ଅନଲକ୨ ପାଇଁ ଜିଲ୍ଲାରେ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଅନଲକ୨ ରେ ଦୋକାନ ବଜାର ଗୁଡିକ ସକାଳ ୭ଟା ଠାରୁ ଦିନ୨ଟା ପର୍ଯ୍ୟନ୍ତ ଖୋଲାରହିବ। ସହରାଚଂଳରେ ସନ୍ଧ୍ୟା ୭ଟା ଠାରୁ ସକାଳ ୫ଟା ପର୍ଯ୍ୟନ୍ତ ଓ ଗ୍ରାମାଚଂଳ ଗୁଡିକରେ ରାତ୍ର ୯ଟାଠାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରକାଳିନ କର୍ଫ୍ୟୁ ଜାରିକରାଯାଇଛି । ଏହି ସମୟରେ କୌଣସି ଦୋକାନ ବଜାର ଖୋଲାଯିବନାହିଁ କି ଅତନ୍ତ୍ୟ ଜରୁରୀ ନଥିଲେ କେହି ଘରୁ ବାହରକୁ ବାହାରିବେ ନାହିଁ ବୋଲି ନିର୍ଦ୍ଦେଶ ଜାରି ହୋଇଛି ।
ଆଜି ରାତି ୮ଟା ଠାରୁ ୫ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ଦୁଇଦିନ ଧରି ପୌରାଚଂଳକୁ ସଟ୍ ଡାଉନ ଘୋଷଣା କରାଯାଇଛି । ଏହି ସଟ୍ ଡାଉନ୍ ସମୟରେ ମେଡିକାଲ, ଔଷଧଦୋକାନ, ପେଟ୍ରୋଲ ପମ୍ପ, ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ କେବଳ ସକାଳ ୭ଟା ଠାରୁ ୨ଟା ପର୍ଯ୍ୟନ୍ତ ଖୋଲାରହିବ । ହାଟ ବଜାର ଅନ୍ୟାନ ଦୋକାନ , ଯାନବାହନ ଚଳାଚଳ ବନ୍ଦରହିବ। ମେଡିକାଲ ଛକ ଠାରୁ ଆଇଏମଏସଟି ଛକ, ବାଲିମେଳା ଛକ ଠାରୁ କେନାଲ ଛକ ଅଚଂଳକୁ କଟେଂନମେଟଂ ଓ ବଫର ଜୋନ ଘୋଷଣା କରାଯାଇ ମୁଖ୍ୟରାସ୍ତାରେ ଛକ ଗୁଡିକରେ ପୁଲିସ କଡାପ୍ରହରା ସହିତ ରାସ୍ତା ଗୁଡିକୁ ବନ୍ଦ କରିଦିଆଯାଇଛି। ସ୍ଥାନୀୟ ତହସିଲଦାର ଗୁଣନିଧି ନାୟକ ଓ ପୋଲିସ ପକ୍ଷରୁ ଜନସଚେତନତା ପାଇଁ ବିଭିନ୍ନ ସ୍ଥାନମାନଙ୍କରେ ପ୍ରଚାର କରାଯାଇ ଜନସଚେତନତା କରାଯାଇଥିଲା ।
BREAKING NEWS
- Congress’s ‘miracle’ dig at Amit Shah: ଅମିତ ଶାହଙ୍କ ଭାଷଣ ନେଇ କଟାକ୍ଷ କଲା କଂଗ୍ରେସ, କହିଲା, ‘୯୦ ମିନିଟର ଚିତ୍କାର…ଚମତ୍କାର…’
- ଯାଜପୁର ପୋଲିସ୍ ଦ୍ୱାରା “ଇ-ମିତ୍ର” ଚାଟ୍ବୋଟ୍ର ଶୁଭାରମ୍ଭ
- ସେପ୍ଟିକ ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକ ମୃତ
- ଆସାମ ନିର୍ବାଚନ ପାଇଁ ବିଜେପିର ମାଷ୍ଟର ପ୍ଲାନ୍
- ୨୩ଟି ଦେଶରେ ବ୍ୟାପିଛି କରୋନା ଭାଇରସର ନୂଆ ଭାରିଆଣ୍ଟ, ଭାରତ ଉପରେ ଏହାର ପ୍ରଭାବ ରହିଛି କି?
- Stampede at Bihar’s Temple: ନାଳନ୍ଦାର ଶୀତଳା ମନ୍ଦିରରେ ଦଳାଚକଟା, ଚାଲିଗଲା ୮ ଜୀବନ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
- Sonia Gandhi Discharged From Hospital: ସୁସ୍ଥ ହୋଇ ଘରକୁ ଫେରିଲେ ସୋନିଆ ଗାନ୍ଧୀ
- Health Minister Accuses Opposition: ନିଜ ଜିଦରେ ଅଟଳ ବିରୋଧୀ…ବର୍ଷିଲେ ସ୍ୱାସ୍ଥ୍ୟମନ୍ତ୍ରୀ…ଆଜି ବି ଅଚଳାବସ୍ଥା…
- Odisha Weather Alert: ଆହୁରି ୪ ଦିନ କାଳବୈଶାଖୀ ବର୍ଷା, ୫୦ କିମି/ଘଣ୍ଟା ବେଗରେ ବହିବ ପବନ
- ମଧ୍ୟପ୍ରାଚ୍ୟରେ ୮ ଭାରତୀୟଙ୍କ ମୃତ୍ୟୁ, ଜଣେ ନିଖୋଜ: ଫେରିଲା ୫୫ ଲକ୍ଷ
Comments are closed.