ମାଲକାନଗିରି: ମାଲକାନଗିରି ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନ କୁ ଦିନ ବଢିଚାଲିଛି । ଇତି ମଧ୍ୟରେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୬ରେ ପହଁଚିଗଲାଣି । କେନ୍ଦ୍ରସରକାର ଦେଶରୁ ଲକଡାଉନ୍ କଟକଣା କୋହଳ କରି ଅନଲକ୨ର ନୂଆ ନିର୍ଦ୍ଦେଶାବଳୀ ଲାଗୁ କରିଥିବା ବେଳେ ଶୁକ୍ରବାର ଦିନ ଜିଲ୍ଲାପାଳ ମନୀଷ ଅଗରୱାଲ ସଟ୍ ଡାଉନ୍ , ରାତ୍ର କର୍ଫ୍ୟୁ ଓ ଅନଲକ୨ ପାଇଁ ଜିଲ୍ଲାରେ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଅନଲକ୨ ରେ ଦୋକାନ ବଜାର ଗୁଡିକ ସକାଳ ୭ଟା ଠାରୁ ଦିନ୨ଟା ପର୍ଯ୍ୟନ୍ତ ଖୋଲାରହିବ। ସହରାଚଂଳରେ ସନ୍ଧ୍ୟା ୭ଟା ଠାରୁ ସକାଳ ୫ଟା ପର୍ଯ୍ୟନ୍ତ ଓ ଗ୍ରାମାଚଂଳ ଗୁଡିକରେ ରାତ୍ର ୯ଟାଠାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରକାଳିନ କର୍ଫ୍ୟୁ ଜାରିକରାଯାଇଛି । ଏହି ସମୟରେ କୌଣସି ଦୋକାନ ବଜାର ଖୋଲାଯିବନାହିଁ କି ଅତନ୍ତ୍ୟ ଜରୁରୀ ନଥିଲେ କେହି ଘରୁ ବାହରକୁ ବାହାରିବେ ନାହିଁ ବୋଲି ନିର୍ଦ୍ଦେଶ ଜାରି ହୋଇଛି ।
ଆଜି ରାତି ୮ଟା ଠାରୁ ୫ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ଦୁଇଦିନ ଧରି ପୌରାଚଂଳକୁ ସଟ୍ ଡାଉନ ଘୋଷଣା କରାଯାଇଛି । ଏହି ସଟ୍ ଡାଉନ୍ ସମୟରେ ମେଡିକାଲ, ଔଷଧଦୋକାନ, ପେଟ୍ରୋଲ ପମ୍ପ, ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ କେବଳ ସକାଳ ୭ଟା ଠାରୁ ୨ଟା ପର୍ଯ୍ୟନ୍ତ ଖୋଲାରହିବ । ହାଟ ବଜାର ଅନ୍ୟାନ ଦୋକାନ , ଯାନବାହନ ଚଳାଚଳ ବନ୍ଦରହିବ। ମେଡିକାଲ ଛକ ଠାରୁ ଆଇଏମଏସଟି ଛକ, ବାଲିମେଳା ଛକ ଠାରୁ କେନାଲ ଛକ ଅଚଂଳକୁ କଟେଂନମେଟଂ ଓ ବଫର ଜୋନ ଘୋଷଣା କରାଯାଇ ମୁଖ୍ୟରାସ୍ତାରେ ଛକ ଗୁଡିକରେ ପୁଲିସ କଡାପ୍ରହରା ସହିତ ରାସ୍ତା ଗୁଡିକୁ ବନ୍ଦ କରିଦିଆଯାଇଛି। ସ୍ଥାନୀୟ ତହସିଲଦାର ଗୁଣନିଧି ନାୟକ ଓ ପୋଲିସ ପକ୍ଷରୁ ଜନସଚେତନତା ପାଇଁ ବିଭିନ୍ନ ସ୍ଥାନମାନଙ୍କରେ ପ୍ରଚାର କରାଯାଇ ଜନସଚେତନତା କରାଯାଇଥିଲା ।
BREAKING NEWS
- କର୍ମଜୀବୀ ମହିଳାଙ୍କ ସୁବିଧା ପାଇଁ ଅଙ୍ଗନବାଡ଼ିରେ ଖୋଲିଲା ‘କ୍ରେଚ୍’, ବାଳାଶ୍ରମରେ ଉଦଘାଟନ ହେଲା ଆଧୁନିକ ରୋଷେଇ ଘର..
- Khamenei calls Trump Criminal: ଆମେରିକା ଉପରେ ଭଡକିଲେ ଖାମେନେଇ; କହିଲେ, “ଅପରାଧି ଟ୍ରମ୍ପ୍, ଇରାନକୁ ଗିଳିଦେବ…”
- BJP MP Residence Burgled: ଲୁଟି ନେଲେ ବିଜେପି ସାଂସଦଙ୍କ ଘର, ନେଇ ଗଲେ ୫ ଲକ୍ଷରୁ ଅଧିକ ନଗଦ ଟଙ୍କା
- ଇରାନରେ ଖାମେନେଇଙ୍କ ୩୭ ବର୍ଷର ଶାସନ ଅନ୍ତ ହେବ କି? ଡୋନାଲ୍ଡ ଟ୍ରମ୍ପ ଏହି ଘୋଷଣା କଲେ…
- UPI ନେଇ ଘାରିଲାଣି ଚିନ୍ତା, ଏବେ ଶେଷ ହେବ କି ଫ୍ରୀ ପେମେଣ୍ଟ ଯୁଗ?
- Road Accident: ଟ୍ରକ୍-ବୋଲେରୋ ମୁହାଁମୁହିଁ ଧକ୍କା: ଜଣେ ମୃତ, ଗୋଟିଏ ପରିବାରର ୭ ଗୁରୁତର
- Public Grievance: ଜାନୁଆରୀ ୧୯ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
- Indigo Flight: ବିମାନ ସେବାରେ ବିଭ୍ରାଟ; ‘ଇଣ୍ଡିଗୋ’ ଉପରେ ୨୨ କୋଟି ଟଙ୍କା ଫାଇନ୍
- Weather Update: ପାରଦ ହେବ ଉପରମୁହାଁ, ଆଜିଠାରୁ ରାଜ୍ୟରେ କମିବ ଶୀତ
- Men’s Hockey India League 2026: ଘରୋଇ ଗ୍ରାଉଣ୍ଡରେ କଳିଙ୍ଗ ଲାନସର୍ସର ବୃହତ ବିଜୟ, ଟପ୍ -୪ରେ ସ୍ଥାନ କଲା ପକ୍କା
Comments are closed.