ଲଦାଖ ଗଲୱାନ ଘାଟି ସଂଘର୍ଷ ପରେ ଚୀନକୁ ଚେତେଇ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଥିଲେ, ଭାରତର ସୀମାରେ ଶାନ୍ତି ଚାହେଁ । ଆମକୁ ଉସୁକାଇଲେ ଛାଡିବୁ ନାହିଁ ୨୦ ବୀର ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି । ଆଜି ଅଚାନକ ଲେହରେ ପହଞ୍ଚି ଯାଇଥିଲେ ପ୍ରଧାନମନ୍ତ୍ରୀ । ମୋଦିଙ୍କ ଏହି ସରପ୍ରାଇଜ ଭିଜିଟ ଅନେକ କଥା ଦର୍ଶାଉଛି । ପ୍ରଥମ କଥା ସୀମା ଟେନସନ୍ ଭିତରେ ଚୀନକୁ ଏହା ଚେତାବନୀ । ମୁହାଁମୁହିଁ ମୁକାବିଲା ପାଇଁ ଭାରତ ବି ପ୍ରସ୍ତୁତ ।
କଣ୍ଟାକୁ କଣ୍ଟାରେ କାଢିବା ଜାଣିଛୁ

ଲେହକୁ ପ୍ରଧାନମନ୍ତ୍ରୀଙ୍କ ସରପ୍ରାଇଜ୍ ଭିଜିଟ କେବଳ ଚୀନ ନୁହେଁ ସାରା ବିଶ୍ୱକୁ ଏକ ବାର୍ତ୍ତା ଯାଇଛି । ଲେହରେ ପହଞ୍ଚି ପ୍ରଧାନମନ୍ତ୍ରୀ ମିଛୁଆ ଓ ପ୍ରତାରକ ଚୀନକୁ ଜଣାଇ ଦେଇଛନ୍ତି ଯେ, ଦୁଇ ପାଦ ଆଗକୁ ଆସି ଗୋଟିଏ ପାଦ ପଛକୁ ଘୁଞ୍ଚିଲେ ଚଳିବ ନାହିଁ । ଆମେ କଣ୍ଟାକୁ କଣ୍ଟାରେ କାଢିବାର କଳା ବି ଜାଣିଛୁ । ଗଲୱନ ଏପିସୋଡର ରିଓପନ୍ କଲେ ଚକମା ଦେବ ଭାରତୀୟ ସେନା ।
ଚୀନ୍ ସହ ପାକିସ୍ତାନକୁ ଚେତାବନୀ

ପ୍ରଧାନମନ୍ତ୍ରୀ ଯାଇଥିବା ନିମୁ ବେସ୍ କ୍ୟାମ୍ପ ଭାରତ-ଚୀନ୍ ପାଖରେ ରହିଛି । ଏହାର ପୂର୍ରରେ ଏଲଏସି ଓ ପଶ୍ଚିମରେ ଅଛି ଏଲଓସି । ଏହି ସ୍ଥାନରେ ପହଞ୍ଚି ପ୍ରଧାନମନ୍ତ୍ରୀ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାର ଭଳି ଇସାରା ଫିଙ୍ଗିଛନ୍ତି ଦୁଇ ପଡୋଶୀ ଚୀନ୍ ଓ ପାକିସ୍ତାନ । ସଫା ସଫା ବାର୍ତ୍ତା ଦେଇଛନ୍ତି କୌଣସି ଧମକକୁ ଖାତିର କରେ ନାହିଁ ଭାରତ ।
ସାରା ବିଶ୍ୱକୁ ବାର୍ତ୍ତା

ଚୀନ ସହ ବର୍ତ୍ତମାନ ଭାରତର ସୀମା ବିବାଦ ଚରମ ସ୍ତରରେ ପହଞ୍ଚିଛି । ଚୀନର କେବଳ ଭାରତ ନୁହେଁ ବହୁ ପଡୋଶୀ ରଷ୍ଟ୍ର ସହ ସୀମା ବିବାଦ ଲାଗି ରହିଛି । ଦକ୍ଷିଣ ଚୀନ ସାଗରରେ ଛୋଟ ଛୋଟ ପଡୋଶୀ ରାଷ୍ଟ୍ରକୁ ଧମକାଉଛି ଡ୍ରାଗନ୍ । ପ୍ରଧାନମନ୍ତ୍ରୀ ଲେହରେ ପହଞ୍ଚି ବିଶ୍ୱ ସମୁଦାୟକୁ ବି ଗୋଟିଏ ବାର୍ତ୍ତା ଦେଇଛନ୍ତି । ବିସ୍ତାବବାଦୀ ଚୀନକୁ ଏବେ ଜବାବ ଦେବାର ସମୟ ଆସିଛି । ଭାରତ ଏହାର ମୂଳଦୂଆ ପକାଇଛି ।
ଯବାନଙ୍କ ମନୋବଳ ବୃଦ୍ଧି

ସୀମାରେ ନିଜ ଜୀବନକୁ ବାଜି ଲଗାଇ ଦେଶ ମାତୃକାର ସେବା କରୁଛନ୍ତି ବୀର ଯବାନ । ମୋଦିଙ୍କ ଗସ୍ତ ଫ୍ରଣ୍ଟଲାଇନର ଯୋଦ୍ଧାଙ୍କ ମନୋବଳକୁ ଅଧିକ ମଜଭୁତ କରିବ । ସେନା ଅଧିକାରୀଙ୍କ ସହ ସିଧାସଳଖ କଥାବାର୍ତ୍ତା ସେମାନଙ୍କୁ ଏଲଏସିରେ କାମ କରିବାକୁ ପ୍ରୋତ୍ସାହିତ କରିବ । ସେହିପରି ଗ୍ରାଉଣ୍ଡ ଜିରୋରେ ସୀମା ସ୍ଥିତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାଦ୍ୱାରା ସେ ବିସ୍ତୃତ ଭାବରେ ଜାଣି ପାରିଛନ୍ତି ସୀମାରେ କଣ ସବୁ ଚାଲିଛି ।
BREAKING NEWS
- ନୂଆଦିଲ୍ଲୀରେ ଲାଗୁ ହେଲା BNSSର ଧାରା ୧୬୩
- ସୁନ୍ଦରପନ୍ଦା ବୋମା ବିସ୍ଫୋରଣ ମାମଲା, ୨ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା NIA
- ଏସୀୟ କ୍ରୀଡ଼ା: ୭୫ ବର୍ଷରେ ପ୍ରଥମ ଥର ପାଇଁ ଭାରତୀୟ ମହିଳା ରିକର୍ଭ ଟିମ୍ ଜିତିଲା ସ୍ୱର୍ଣ୍ଣ ପଦକ
- ଦଶହରାରେ ପୁଣି ବାତ୍ୟା ଭୟ! ଆସୁଛି ଆଉ ଏକ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା
- ଶ୍ରୀ ଜଗନ୍ନାଥଙ୍କ ଖାତାକୁ ଫେରିବ ମହାପ୍ରଭୁଙ୍କ ଅମୃତ ମଣୋହି ଜମି: ଓଡ଼ିଶା ରାଜସ୍ୱ ପର୍ଷଦ
- ପୁଣି ଭାରତ – ପାକିସ୍ତାନ ମ୍ୟାଚ୍: ଜାଣନ୍ତୁ କେବେ ଖେଳାଯିବ ଏହି ହାଇ ଭୋଲ୍ଟେଜ ମ୍ୟାଚ୍
- Diveagar Beach Tragedy:ପିକନିକ୍ ହେଲା କାଳ;ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ
- ମହାନଦୀ ବିବାଦ ସମାଧାନର ନିକଟତର ହେଉଛୁ,ଅନ୍ୟ ରାଜ୍ୟମାନଙ୍କ ପାଇଁ ‘ମଡେଲ ଡିସ୍ପୁଟ ରିଜୋଲ୍ୟୁସନ୍’ହେବ: ମୁଖ୍ୟମନ୍ତ୍ରୀ
- ‘ବିଜେବି ଫ୍ରେଣ୍ଡସ୍-ଆଲୁମିନି ଆସୋସିଏସନ୍ ଅଫ୍ ବିଜେବି କଲେଜ୍’ ପକ୍ଷରୁ ‘ୟୁଥ୍ ରିମେମ୍ବରିଂ ଗାନ୍ଧୀ’ ପୁରସ୍କାର ସମାରୋହ ଆୟୋଜିତ
- ସପ୍ତମ ଓଡ଼ିଶା ଟ୍ରାଭେଲ ବଜାର ୨୦୨୬: ଭାରତର ପର୍ଯ୍ୟଟନ ବିକାଶରେ ନେତୃତ୍ୱ ନେବାକୁ ଓଡ଼ିଶା ପ୍ରସ୍ତୁତ

Comments are closed.