ମାଲକାନଗିରି: ଗୋଟିଏ ପଟେ କରୋନା ର କଷ୍ଟ ସାଙ୍ଗକୁ ଅନ୍ୟପଟେ ମାଓବାଦୀଙ୍କ ବର୍ବରତା ।
ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦନ୍ତେଓ୍ଵାଡା ଜିଲ୍ଲାରେ ଲଙ୍କାକାଣ୍ଡ ଘଟାଇଛନ୍ତି ମାଓବାଦୀ। ରାସ୍ତା କାମରେ ନିୟୋଜିତ ଗୋଟିଏ ଜେସିବି ଓ ୨ଟି ହାଇଓ୍ଵା ଗାଡିକୁ ଜାଳିଦେଇଚଛନ୍ତି।
ପ୍ରାପ୍ତ ସୂଚନା ଅନୁଯାୟୀ, ଲକଡାଉନ ଯୋଗୁଁ ରାସ୍ତା କାମ ବନ୍ଦ ଥିଲା । ସାମାନ୍ୟ କୋହଳ ପରେ ଠିକାଦାର କାମ ଆରମ୍ଭ କରିଥିଲେ । କିରଣ୍ଡୁଲ ନିକଟରେ କାର୍ଯ୍ୟରେ ନିୟୋଜିତ ଗୋଟିଏ ଜେସିବି ଓ ୨ଟି ହାଇଓ୍ଵା ଗାଡିକୁ ମାଓବାଦୀ ଜାଳିଦେଇଛନ୍ତି । ଘଟଣାସ୍ଥଳରେ ସିଆଇଏସଏଫ ଯବାନ ଓ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।
Comments are closed.