ମାଲକାନଗିରି: ମାଲକାନଗିରି ଓ କୋରାପୁଟରେ ମୃଦୁ ଭୂମିକମ୍ପ ଅନୁଭୂତ। ଆଜି ସକାଳ ୭ଟା ୨୮ରେ ଭୂମିକମ୍ପ ଅନୁଭୂତ ହୋଇଛି। କୋରାପୁଟର ଦାମନଯୋଡି, ଛତିଶଗଡ ସୁକୁମା ଓ ବିଜାପୁରରେ ଏବଂ ତେଲେଙ୍ଗାନାରେ ବି ଭୂମିକମ୍ପ ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ତେଲେଙ୍ଗାନାର ମୁଲୁଗୁ ଜିଲ୍ଲାରେ ଥିବା ବେଳେ, ମୁଲୁଗୁରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ରହିଥିବା ଜଣାପଡିଛି ।
ସେହିପରି ହାଇଦ୍ରାବାଦରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଭୟରେ ଲୋକେ ଘରୁ ବାହାରିଛନ୍ତି। ଭୂମିରୁ ୪୦ କିଲୋମିଟର ତଳେ ଭୂକମ୍ପର କେନ୍ଦ୍ରସ୍ଥଳ ଥିବା ଜଣାପଡିଛି। ଭୂମିକମ୍ପର ପ୍ରଭାବ ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ଅନୁଭୂତ ହୋଇଥିବା ବେଳେ ଏହାକୁ ନେଇ ଲୋକେ କିଛି ସମୟ ପାଇଁ ଭୟଭୀତ ହୋଇଥିଲେ ।
ସେପଟେ ମହାରାଷ୍ଟ୍ର ଓ ଛତିଶଗଡରେ ବି ଭୂକମ୍ପର ଝଟକା ଅନୁଭୂତ ହୋଇଛି । ତେବେ ମୃଦୁ ଭୂକମ୍ପ କାରଣରୁ କୌଣସି ପ୍ରକାରେ କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି । କିନ୍ତୁ ଏନେଇ ଆନୁଷ୍ଠନିକ ଭାବେ କୌଣସି ଘୋଷଣା କରାଯାଇ ନାହିଁ।