Latest Odisha News

Ganja Seize: ୧୭ କୋଟିର ବିପୁଳ ଗଞ୍ଜେଇ ଜବତ, ୩ ଗିରଫ

ମାଲକାନଗିରି: ଗଞ୍ଜେଇ ମାଫିଆଙ୍କୁ ଆଉ ତ୍ରାହୀ ନାହିଁ। ଆକ୍ସନ ମୁଡରେ ମାଲକାନଗିରି ପୋଲିସ। ୨୪ ଘଣ୍ଟାରେ ପ୍ରାୟ ୧୭ କୋଟି ଟଙ୍କାର ଗଞ୍ଜେଇ ଜବତ କରିଛି। ଘଟଣାରେ ୩ ଜଣ ଗିରଫ ହୋଇଛନ୍ତି। ୨୪ ଘଣ୍ଟା ଭିତରେ ପୃଥକ ପୃଥକ ୩ଟି ସ୍ଥାନରୁ ଜବତ ହୋଇଛି ଏତେ ପରିମାଣର ଗଞ୍ଜେଇ।

ମାଲକାନଗିରି ଜିଲ୍ଲାର କାଲିମେଳା, ବାଲିମେଳା ଓ ଚିତ୍ରକୋଣ୍ଡାରୁ ଜବତ ହୋଇଛି ଏହି ଗଞ୍ଜେଇ। ମୋଟ ୧୬ କ୍ବିଣ୍ଟାଲ ୬୦ କେଜି ଗଞ୍ଜେଇ ଜବତ ନେଇ SP ଦେଇଛନ୍ତି ସୂଚନା। ଏହି ଘଟଣାରେ ୧୬୬୦ କିଲୋ ଗଂଜେଇ ଜବତ କରିଥିବା ବେଳେ ୩ ଜଣ ଉତ୍ତର ପ୍ରଦେଶର ମାଫିଆଙ୍କୁ ଗିରଫ କରିଛି ପୋଲିସ। ମାଲକାନଗିରି ଜିଲ୍ଲାରେ ଏନେଇ ତିନୋଟି ପୃଥକ ପୃଥକ ମାମଲା ରୁଜୁ କରିଛି ମାଲକାନଗିରି ପୋଲିସ।

ବାଲିମେଳା ଥାନାରେ ଅଭିନବ ଉପାୟରେ କଣ୍ଟେନରରେ ୭୭୦ କିଲୋ ଗଞ୍ଜେଇ ଚାଲାଣ ବେଳେ ମାଡି ବସିଥିଲା ବାଲିମେଳା ପୋଲିସ। ସେହିପରି ଚିତ୍ରକୋଣ୍ଡାରେ ୬୪୦ କିଲୋ ଓ କାଲିମେଳାରେ ୨୫୦ କିଲୋ ଗଞ୍ଜେଇ ମାଫିଆମାନେ ଚାଲାଣ ପାଇଁ ଜଙ୍ଗଲରେ ଲୁଚାଇ ରଖିଥିବା ବେଳେ ସୂଚନା ପାଇ ଚଢାଉ କଲା ପୋଲିସ। କିନ୍ତୁ ଏହି ଘଟଣାରେ ଗଞ୍ଜେଇ ମାଫିଆ ଖସି ପଳାଇଛି। ଆଗାମୀ ଦିନରେ ଗଞ୍ଜେଇ ଚଢାଉ ଆହୁରି ଜୋରସୋର କରାଯାଇ ମାଫିଆମାନଙ୍କୁ ଛଡାଯିବ ନାହିଁ ବୋଲି ମାଲକାନଗିରି ଏସପି ବିନୋଦ ପାଟିଲ ଏଚ ପ୍ରକାଶ କରିଛନ୍ତି।

Comments are closed.