ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବିପୁଳ ପରିମାଣରେ ଗଞ୍ଜେଇ ଜବତ ହୋଇଛି । ଚିତ୍ରକୋଣ୍ଡା ଅଞ୍ଚଳରୁ ଆନ୍ଧ୍ରପ୍ରଦେଶ ଚୋରା ଚାଲାଣ ହେଉଥିବା ବେଳେ ଏକ ଅଟୋକୁ ପୋଲିସ ଜବତ କରିଛି । ଅଟୋ ଭିତରୁ ୨୮ ବସ୍ତା ଗଞ୍ଜେଇ ବାହାରି ଥିବା ବେଳେ ଏହାର ଓଜନ ୮୧୧ କିଲୋଗ୍ରାମ । ଯାହାର ବଜାର ମୁଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା ହେବ ବୋଲି ଚିତ୍ରକୋଣ୍ଡା ଏସଡିପିଓ କହିଛନ୍ତି ।
ଗଞ୍ଜେଇ ଚୋରା ଚାଲାଣରେ ସଂପୃକ୍ତ ଥିବା ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ୭ ଜଣଙ୍କ ମଧ୍ୟରୁ ୪ ଜଣ ଚିତ୍ରକୋଣ୍ଡା ଅଞ୍ଚଳର ହୋଇଥିବା ବେଳେ ୩ ଜଣ ଆନ୍ଧ୍ର ପ୍ରଦେଶର ବୋଲି ଜଣାପଡିଛି । ପୋଲିସ ଏମାନଙ୍କ ଠାରୁ ୩ ଟି ମୋଟର ସାଇକେଲ ଓ ୪ ଟି ମୋବାଇଲ ଫୋନ ମଧ୍ୟ ଜବତ କରିଛି ।
Comments are closed.