Latest Odisha News

BREAKING NEWS

ବରଗଡ଼ ହାଜତ ମୃତ୍ୟୁ ମାମଲା , ବିଭିନ୍ନ ଦାବି ନେଇ ଧାରଣାରେ ବିଜେପି

ବରଗଡ଼ :ବରଗଡ଼ ଟାଉନ ଥାନା ହେପାଜତରେ ତୋରା ଗାଁର ଗୋବିନ୍ଦ କୁମ୍ଭାରଙ୍କ ମୃତ୍ୟୁକୁ ନେଇ ବରଗଡ଼ରେ ଚର୍ଚ୍ଚା ଜୋର ଧରିଛି । ଗୋବିନ୍ଦଙ୍କୁ ନ୍ୟାୟ ଦାବିରେ ଏସପି ଅଫିସ ଆଗରେ ଧାରଣାରେ ବରଗଡ଼ ବିଜେପି ଦଳ।  । ତେବେ ପୋଲିସ ବିରୋଧରେ ଟାଉନ ଥାନାରେ ହୋଇଥିବା ଅଭିଯୋଗରେ ଏପର୍ଯ୍ୟନ୍ତ ଏଫ.ଆଇ.ଆର ହୋଇନଥିବା ବେଳେ କୌଣସି ପୋଲିସ କର୍ମଚାରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇନାହିଁ।

ଯାହାକୁ ବିରୋଧ କରି ଆଜି ବିଜେପି ଦଳ ପକ୍ଷରୁ ଏସପି ଅଫିସ ଆଗରେ ଧାରଣା ଦିଆଯାଇଥିଲା । ବିଜେପି ଜିଲ୍ଲା ସଭାପତି ଅଶ୍ୱୀନି ଷଡଙ୍ଗୀ ଦାବି କରିଛନ୍ତି ଯେ ଗୋବିନ୍ଦ କୁମ୍ଭାର ପୋଲିସ ହେପାଜତରେ ମରିଥିବାରୁ ରାଜ୍ୟ ସରକାର ଏହାକୁ ହାଜତ ମୃତ୍ୟୁ ଘୋଷଣା କରନ୍ତୁ । ଜିଲ୍ଲାରେ ବହୁ ବର୍ଷ ଧରି ରହି ଆସିଥିବା ପୋଲିସଙ୍କୁ ବଦଳି କରାଯାଉ । ସିସିଟିବି ଫୁଟେଜ ସାର୍ବଜନୀନ କରାଯାଉ,ଦୋଷୀକୁ ଦଣ୍ଡ ଦିଆଯାଉ ଓ ଗୋବିନ୍ଦଙ୍କ ସ୍ତ୍ରୀଙ୍କୁ ସରକାରୀ ଚାକିରି ଦିଆଯାଉ । ତାଙ୍କର ୨ ଶିଶୁଙ୍କ ପାଠପଢ଼ା ଖର୍ଚ୍ଚ ପୋଲିସ ପ୍ରଶାସନ ବହନ କରୁ । ଏସବୁ ଦାବି ପୁରଣ ନହେଲେ ପରିଣାମ ଭୟଙ୍କର ହେବ ବୋଲି ବିଜେପି ଚେତାବନୀ ଦେଇଛି।

ଗତ ୨୪ ତାରିଖ ଦିନ ବିଳମ୍ବିତ ରାତିରେ ଗୋବିନ୍ଦ କୁମ୍ଭାରଙ୍କୁ ବରଗଡ଼ ଟାଉନ ଥାନା ପୋଲିସ ଉଠାଇଆଣିଥିବା ବେଳେ ,ସକାଳ ୬ ଟାରେ ଗୋବିନ୍ଦଙ୍କ ମୃତ୍ୟୁ ଖବର ପରିବାରଲୋକଙ୍କୁ ଦିଆଯାଇ ଥିଲା। ଗୋବିନ୍ଦଙ୍କୁ ଘରୁ ଉଠାଇନେଇ ପୋଲିସ ହତ୍ୟାକରିଥିବା ଅଭିଯୋଗରେ ତୋରା ଗାଁ ଲୋକ ଆନ୍ଦୋଳନ କରିଥିଲେ । ଶବକୁ ନେଇ ଏସପି ଅଫିସ ଯାଉଥିବା ସମୟରେ ଆନ୍ଦୋଳନକାରୀଙ୍କ ଉପରେ ଲାଠି ଚାର୍ଜ କରିଥିଲା ପୋଲିସ । ଏହି ଘଟଣାକୁ ନେଇ ବିବାଦ ବଢ଼ିବାରେ ଲାଗିଛି।

Leave A Reply

Your email address will not be published.