Latest Odisha News

BREAKING NEWS

ପୋଲିସ ସ୍ତରରେ ଅଦଳ ବଦଳ, ବଦଳିଲେ ମାଲକାନଗିରି ଏସ୍‌ପି

ଭୁବନେଶ୍ବର : ବରିଷ୍ଠ ପୋଲିସ ଅଫିସର ସ୍ତରରେ ଅଦଳବଦଳ । ବଦଳିଛନ୍ତି ମାଲକାନଗିରି ଏସପି ପ୍ରହଲ୍ଲାଦ ଏସ୍ ମୀନା । ୨୦୧୭ ବ୍ୟାଚ୍ ଆଇପିଏସ୍ ପ୍ରହଲ୍ଲାଦ ଏସ୍‌. ମୀନାଙ୍କୁ ଏଆଇଜି (ହେଡକ୍ବାର୍ଟର) ଭାବେ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ୨୦୧୮ ବ୍ୟାଚ୍ ଆଇପିଏସ୍ ତଥା ତାଳଚେର ଏସଡିପିଓ ନୀତେଶ ୱାଧୱାନିଙ୍କୁ ମାଲକାନଗିରି ଏସପି ଭାବେ ଅବସ୍ଥାପିତ କରାଯାଇଛି ।

ସେହିପରି କେସିଙ୍ଗା ଏସଡିପିଓ ଆଇପିଏସ୍ ଏସ ସୁଶ୍ରୀଙ୍କୁ ଭୁବନେଶ୍ୱର ଟ୍ରାଫିକ ଡିସିପି ଭାବେ ବଦଳି କରାଯାଇଛି । ଭୁବନେଶ୍ବର ଟ୍ରାଫିକ ଡିସିପି ଓପିଏସ୍ ମାୟାଧର ସେଠୀଙ୍କୁ ଡିସିପି, କ୍ରାଇମ ଭାବେ ବଦଳି ହୋଇଛନ୍ତି । ୨୦୧୮ ବ୍ୟାଚ୍ ଆଇପିଏସ୍ ତଥା ମାଲକାନଗିରି ଏସଡିପିଓ ଜି. ଅବିଳାଶଙ୍କୁ ଏସଟିଏଫରେ ନାର୍କୋଟିକ୍ସ ଏସପି ଭାବେ ବଦଳି କରାଯାଇଛି । ଏହାସହ ଓପିଏସ୍ ମାଧୁରୀ ସାମଲଙ୍କୁ କ୍ରାଇମବ୍ରାଞ୍ଚ ଏସପି ଭାବେ ଅବସ୍ଥାପିତ କରାଯାଇଛି । ଏନେଇ ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି ।

Leave A Reply

Your email address will not be published.