Latest Odisha News

BREAKING NEWS

ବିଜୟ ପାଇଁ ଭାରତକୁ ଦରକାର ଆଉ ୬ ୱିକେଟ

ସେଂଚୁରିଆନ: ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ବିଜୟ ଦ୍ୱାର ଦେଶରେ ଭାରତ ପଂହଚିଛି । ଗୁରୁବାର ଅନ୍ତିମ ଦିବସରେ ଭାରତକୁ ୬ ୱିକେଟ ଆବଶ୍ୟକ ହେଉଥିବା ବେଳେ ଦକ୍ଷିଣ ଆଫ୍ରିକା ୨୧୧ ରନ ଦରକାର କରୁଛି । ଭାରତ ପ୍ରଦତ ୩୦୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ୪ର୍ଥ ଦିବସ ଷ୍ଟମ୍ପ୍ସ ଅପସାରଣ ବେଳକୁ ୪ ୱିକେଟ ହରାଇ ୯୪ ରନ ସଂଗ୍ରହ କରିଛି । ଡିନ ଏଲଗାର ୫୨ ରନ କରି ଅପରାଜିତ ଅଛନ୍ତି । ଭାରତ ପକ୍ଷରୁ ଯଶପ୍ରୀତ ବୁମରାହ ୨ଟି ଏବଂ ମହମ୍ମଦ ସାମି ଓ ମହମ୍ମଦ ସିରାଜ ଗୋଟିଏ ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ ।

ପୂର୍ବରୁ ଭାରତ ଦ୍ୱିତୀୟ ଇନିଂସରେ ୧୭୪ ରନ କରି ଅଲଆଉଟ ହୋଇ ଯାଇଥିଲା । ରିଷଭ ପନ୍ତ ୩୪ ରନ କରିଥିଲେ । ପ୍ରଥମ ଇନିଂସରେ ଭାରତର ୩୨୭ ରନ ସ୍କୋର ଜବାବରେ ଦକ୍ଷିଣ ଆଫ୍ରିକା ୧୯୭ ରନ କରି ଅଲଆଉଟ ହୋଇ ଯାଇଥିଲା ।

Leave A Reply

Your email address will not be published.