ମାଲକାନଗିରି: ମାଲକାନଗିରି ଜିଲ୍ଲାର ଏମଭି-୭୯ ସ୍ଥିତ ସାବରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଯାଆଁଳା ଭାଇ ଡାନିଏଲ ଲେଙ୍କା ଓ ଡମ୍ବରୁ ଲେଙ୍କା ଚଳିତ ମାଟ୍ରିକ ପରୀକ୍ଷାରେ ଏକ ଅଭୂତପୂର୍ବ କୃତିତ୍ୱ ହାସଲ କରିଛନ୍ତି। ଉଭୟ ଭାଇ ୬୦୦ ମାର୍କରୁ ୫୬୦ ମାର୍କ ରଖି ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇ ଜିଲ୍ଲା ଟପ୍ପର ହୋଇଛନ୍ତି। ରୋଚକ ତଥ୍ୟ ହେଉଛି, ଉଭୟଙ୍କ ମାର୍କ ସମାନ। ଯାହା ସେମାନଙ୍କ ଏକତା ଓ ପରିଶ୍ରମକୁ ପ୍ରତିଫଳିତ କରୁଛି।
ମୋହନ ଲେଙ୍କାଙ୍କ ଏହି ଦୁଇ ପୁତ୍ର ଡାକ୍ତର ହେବାର ସ୍ୱପ୍ନ ଦେଖୁଛନ୍ତି ଓ ଏହି ସଫଳତା ସେମାନଙ୍କ ଲକ୍ଷ୍ୟ ଆଡ଼କୁ ଏକ ମଜବୁତ ପାଦ। ବିଦ୍ୟାଳୟର ଶିକ୍ଷକ ପ୍ରଶାନ୍ତ କୁମାର ନାୟକ, ବିଭୂତି ସେଠୀ, କବିତା ସରକାର, ହିମାଂଶୁ ମଣ୍ଡଳ, ପ୍ରଭାତ ମଣ୍ଡଳ ଓ ସରମିଳା ଢାଲି ଏହି ଖୁସିର ମୁହୂର୍ତ୍ତକୁ ମିଠା ବାଣ୍ଟି ଉତ୍ସବମୁଖର । ଅଞ୍ଚଳବାସୀ ଓ ପରିବାର ଏହି ଗୌରବମୟ ମୁହୂର୍ତ୍ତରେ ଆନନ୍ଦରେ ରହିଛନ୍ତି।
ଡାନିଏଲ ଓ ଡମ୍ବରୁଙ୍କ ଏହି ଅସାଧାରଣ ପ୍ରଦର୍ଶନ ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛି। ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି।
Comments are closed.