Latest Odisha News

BREAKING NEWS

ମଲରେ ଲାଇବ୍ରେରୀ: ଯେଉଁଠି ରହିଛି ୩ ଲକ୍ଷରୁ ଊର୍ଦ୍ଧ୍ୱ ପୁସ୍ତକ

କୋରିଆ: ଡ଼ିଜିଟାଲ ଯୁଗରେ ଏବେ ସବୁକିଛି ଡ଼ିଜିଟାଲ । ଅର୍ଥାତ୍ ସକାଳୁ ଉଠିବାଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ପ୍ରତିଟି ମୁହୂର୍ତ୍ତରେ ଡ଼ିଜିଟାଲ ସହିତ ଯୋଡ଼ି ହୋଇ ରହିଛି ମଣିଷ । ଏହି କାରଣରୁ ପାରମ୍ପରିକ ଭାବେ ପ୍ରଚଳିତ ହୋଇଆସୁଥିବା ପୁସ୍ତକ ପଠନ ଉପରୁ ମୁହଁ ଫେରାଇ ନେଇଛନ୍ତି ଯୁବପିଢୀ ।  ଲାଇବ୍ରେରୀର ଯାଗା ନେଇଛି ମୋବାଇଲ । ଏବେ ଯୁବପିଢୀ ମଲ ବୁଲିଯିବାକୁ ଅଧିକ ପସନ୍ଦ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ସାଉଥ କୋରିଆରେ ଯୁବବର୍ଗଙ୍କୁ ପୁସ୍ତକ ପ୍ରତି ଆଗ୍ରହୀ କରିବା ପାଇଁ ମଲରେ ଆରମ୍ଭ କରାଯାଇଛି ଲାଇବ୍ରେରୀ । ଏପରି ଉଦ୍ୟମକୁ ଅନେକ ପ୍ରଶଂସା କରିଛନ୍ତି ।

ଦକ୍ଷିଣ କୋରିଆରେ ଲୋକଙ୍କର ବହି ପଢିବା ପ୍ରତି ଆଗ୍ରହ ଦିନକୁ ଦିନ କମି କମି ଯାଉଛି । ଏହାକୁ ଦୃଷ୍ଟିରେ ରଖି ସେଠାକାର ସରକାର ଅଧିକ ଧ୍ୟାନ ଦେଉଛନ୍ତି । ଲୋକେ ଲାଇବ୍ରେରୀ ଯିବା ପରିବର୍ତ୍ତେ ମଲ ଯିବାକୁ ପସନ୍ଦ କରୁଛନ୍ତି । ଏହି କାରଣରୁ ସରକାର ମଲରେ ଲାଇବ୍ରେରୀ ନିର୍ମାଣ ଆରମ୍ଭ କରିଛନ୍ତି । ସିଓଲର ସର୍ବବୃହତ କୋଏକ୍ସ ମଲରେଏକ ଲାଇବ୍ରେରୀ ଖୋଲାଯାଇଛି । ଏହି ଲାଇବ୍ରେରୀର ନାମ ହେଉଛି ଷ୍ଟାରଫିଲ୍ଡ ଲାଇବ୍ରେରୀ । ଏଥିରେ ତିନି ଲକ୍ଷରୁ ଊର୍ଦ୍ଧ୍ୱ ପୁସ୍ତକ ରହିଛି । ଏଠାରେ ଅଧିକାଂଶ ପୁସ୍ତକ କୋରିଆ ଭାଷାରେ ଥିବାବେଳେ ପ୍ରାୟ ୧୫ ହଜାର ପୁସ୍ତକ ଇଂରାଜୀ ଭାଷାରେ ରହିଛି । ଏଠାରେ ପଢିବାକୁୁ ପ୍ରତିଦିନ ବହୁ ସଂଖ୍ୟାରେ ଲୋକ ଆସୁଛନ୍ତି ।

ଏହା ସାଧାରଣ ଲାଇବ୍ରେରୀ ଅପେକ୍ଷା ଅଧିକ ଆକର୍ଷଣୀୟ ହୋଇଛି । ଏହାକୁ ଦୂରରୁ ଦେଖି ଲୋକମାନେ ଏଥିପ୍ରତି ବେଶୀ ଆକର୍ଷିତ ହେଉଛନ୍ତି । କିଛି ଲୋକ ଶପିଂ ନ କରି ଏଠାକୁ ଆସି କିଛି ସମୟ ବହି ପଢୁଛନ୍ତି । ଲାଇବ୍ରେରୀର ଜଣେ କର୍ମଚାରୀ କହିଛନ୍ତି ଯେ, ପ୍ରାୟ ସାତ ବର୍ଷ ପୂର୍ବେ ଏହି ଲାଇବ୍ରେରୀ ଆରମ୍ଭ ହୋଇଥିଲା । ପ୍ରାରମ୍ଭରେ, ବହୁତ ଲୋକ ଏଠାକୁ ଆସୁଥିଲେ, କିନ୍ତୁ ଏବେ ଏଠାରେ ବେଶୀ ଯୁବପିଢୀଙ୍କ ଭିଡ଼ ଲାଗୁଛି ।

Leave A Reply

Your email address will not be published.