Latest Odisha News

BREAKING NEWS

‘ବିହାରରେ ହେବ ମହାରାଷ୍ଟ୍ର ଅବସ୍ଥା, ଭାଙ୍ଗିଯିବ ନୀତିଶ ସରକାର’

ଭୁବନେଶ୍ୱର: ବିହାରରେ ମହାରାଷ୍ଟ୍ର ଭଳି ସ୍ଥିତି ହେବ। ଖୁବ ଶୀଘ୍ର ବିହାରରେ ନୀତିଶଙ୍କ ନେତୃତ୍ୱାଧୀନ ମହାଗଠବନ୍ଧନ ସରକାର ଭାଙ୍ଗିଯିବ। ନୀତିଶଙ୍କ ଦଳର ବହୁ ସାଂସଦ ଓ ବିଧାୟକ ଏନଡିଏ ସହ ସମ୍ପର୍କରେ ଅଛନ୍ତି। ମହାରାଷ୍ଟ୍ରରେ ରାଜନୈତିକ ହଲଚଲ ମଧ୍ୟରେ ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ଲୋକଜନସକ୍ତି ପାର୍ଟି ମୁଖ୍ୟ ଚିରାଗ ପାଶୱାନ।

ନୀତିଶ ଯେଭଳି ଭାବେ ନିଜ ବିଧାୟକ ଓ ସାଂସଦ ମାନଙ୍କୁ ଭେଟୁଛନ୍ତି ସେଥିରୁ ସ୍ପଷ୍ଟ ଭାବେ ତାଙ୍କ ଭୟ ବାରି ହୋଇପଡୁଛି ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନିଜ ଜିଲ୍ଲା ନାଳନ୍ଦା ଗସ୍ତ ଅବସରରେ ଚିରାଗ ଏ କଥା କହିଛନ୍ତି।

ଯିଏ ଅନ୍ୟର ଦଳକୁ ଭାଙ୍ଗେ ତାକୁ ନିଜ ଦଳ ଭାଙ୍ଗିଯିବା ଡର ସବୁବେଳେ ରହିଥାଏ ବୋଲି ସେ କହିଛନ୍ତି। ଦଳୀୟ ବିଧାୟକ ଓ ସାଂସଦଙ୍କୁ ନୀତିଶଙ୍କ ଆକ୍ରୋଶର ଶିକାର ହେବାକୁ ପଡୁଥିବା ଚିରାଗ କହିଛନ୍ତି।

କାରଣ ସେମାନେ ନିଜସ୍ୱ ନିର୍ବାଚନ ମଣ୍ଡଳୀ ଯାଉଥିବା ବେଳେ ନୀତିଶ ଯାଆନ୍ତି ନାହିଁ। ତେଣୁ ନୀତିଶଙ୍କୁ ନିଜ ଗୃହ ଜିଲ୍ଲାରେ ବିରୋଧ ହେଉଛି ବୋଲି ସେ କହିଛନ୍ତି।

ବିହାରକୁ ବଞ୍ଚାଇବାକୁ ହେଲେ ନୀତିଶଙ୍କୁ ସତ୍ତାରୁ ହଟାଇବାକୁ ପଡିବ ବୋଲି ଚିରାଗ କହିଛନ୍ତି। ତେଣୁ ଚିରାଗ ପାସୱାନଙ୍କ ଏଭଳି ମନ୍ତବ୍ୟ ପରେ ବିହାର ସମେତ ଦେଶର ରାଜନୀତି ଚଳଚଞ୍ଚଳ ହୋଇଉଠିଛି।

ନୀତିଶ କୁମାର ଦେଶରେ ବିରୋଧୀ ଏକତାର ନେତୃତ୍ୱ ନେଉଥିବା ବେଳେ ପାଟନାରେ ବିରୋଧୀ ଦଲଗୁଡିକର ପ୍ରଥମ ବୈଠକ ହୋଇସାରିଛି। ଆଗକୁ ବେଙ୍ଗାଳୁରୁରେ ଦ୍ଵିତୀୟ ବୈଠକ ହେବ ବୋଲି ବିରୋଧୀଙ୍କ ପକ୍ଷରୁ କୁହାଯାଇଛି।

ତେଣୁ ଠିକ ଏଭଳି ସମୟରେ ଚିରାଗଙ୍କ ଏହି ମନ୍ତବ୍ୟ ବିରୋଧୀ ରାଜନୈତିକ କ୍ୟାମ୍ପରେ ହଲଚଲ ସୃଷ୍ଟି କରିଛି। ଗୋଟିଏ ପଟେ ମହାରାଷ୍ଟ୍ରରେ ଭଙ୍ଗା ଗଢ଼ା ରାଜନୀତି ଜୋରଦାର ହେଉଥିବା ବେଳେ ଏବେ ବିହାରକୁ ନେଇ ଏଭଳି ଖବର ଚର୍ଚ୍ଚାର ଖୋରାକ ଯୋଗାଇଛି।

Leave A Reply

Your email address will not be published.