Latest Odisha News

‘ମହାତ୍ମା ଗାନ୍ଧୀ କେବେ ଘୃଣା ରାଜନୀତି କରିନାହାଁନ୍ତି, ମୋଦି ଜୀଙ୍କ ରାଜନୀତି ଘୃଣାରେ ପରିପୂର୍ଣ୍ଣ’

ନୂଆଦିଲ୍ଲୀ: ମୋଦି ଯଦି ପାଠ ପଢିଥାନ୍ତେ ତେବେ ମହାତ୍ମା ଗାନ୍ଧୀଙ୍କ ବିଷୟରେ ଏପରି ମନ୍ତବ୍ୟ ଦେଇନଥାନ୍ତେ । ଗାନ୍ଧୀ ହେଉଛନ୍ତି ଜାତିର ପିତା । ତାଙ୍କର ୮୦ ରୁ ୯୦ ଦେଶରେ ପ୍ରତିମୂର୍ତ୍ତି ରହିଛି । ମହାତ୍ମା ଗାନ୍ଧୀ ଯେଉଁ ସବୁ କାମ କରିଯାଇଛନ୍ତି ଯଦି ସେ ବିଷୟରେ ଜଣାନାହିଁ ତେବେ ତାଙ୍କୁ ସମ୍ବିଧାନ ବିଷୟରେ ମଧ୍ୟ ଜଣାନାହିଁ । ମହାତ୍ମା ଗାନ୍ଧୀଙ୍କ ଉପରେ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ମନ୍ତବ୍ୟ ଉପରେ ଏପରି କଡା ଯବାବ ରଖିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ।

ସେ ଆହୁରି କହିଛନ୍ତି, ମହାତ୍ମା ଗାନ୍ଧୀ ଗରିବଙ୍କ ବିଷୟରେ କଥାବାର୍ତ୍ତା କରୁଥିଲେ । ସେ ସ୍ୱାଧୀନତା ଏବଂ ବିକାଶ ବିଷୟରେ କଥାବାର୍ତ୍ତା କରୁଥିଲେ । ସେ ଆହୁରି କହିଛନ୍ତି, ଯେତବେଳେ ଆପଣଙ୍କୁ ସମୟ ମିଳିବ ଗାନ୍ଧୀଜିଙ୍କର ”ମାଇଁ ଏକ୍ସପେରିମେଣ୍ଟ ଓ୍ବିଥ୍ ଟ୍ରୁଥ୍” ବହି କୁ ପଢିବେ । ଗାନ୍ଧୀଜୀ କେବେ ଘୃଣା ରାଜନୀତି କରିନାହାଁନ୍ତି । ମୋଦି ଜୀଙ୍କ ରାଜନୀତି ଘୃଣାରେ ପରିପୂର୍ଣ୍ଣ । ଏହି ନିର୍ବାଚନ ଦୀର୍ଘ ସମୟ ଧରି ସ୍ମରଣୀୟ ହୋଇ ରହିବ । କାରଣ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଦେଶର ପ୍ରତ୍ୟେକ ନାଗରିକ ଏକାଠି ହୋଇଛନ୍ତି । ଲୋକମାନେ ବିବିଧତା ପରିବର୍ତ୍ତେ ପ୍ରସଙ୍ଗ ଉପରେ ଭୋଟ୍ ଦେଇଛନ୍ତି ।

ଖଡଗେ ପୁଣି କହିଛନ୍ତି, ଯଦି ଆପଣ ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୫ ଦିନିଆ ଭାଷଣ ଦେଖିଥିବେ, ତେବେ ଆପଣ ଜାଣିବେ ଯେ ସେ କଂଗ୍ରେସ ନାଁ ୨୩୨ ଥର ନେଇଛନ୍ତି, ସେହିପରି ଇଣ୍ଡିଆ ମେଣ୍ଟ ଏବଂ ବିରୋଧୀ ଦଳର ନାମ ୫୭୩ ଥର ନେଇଛନ୍ତି ଆଉ ମୋଦି ଜୀ ନିଜ ନାମ ୭୫୮ ଥର ନେଇଛନ୍ତି । ହେଲେ ଥରୁଟିଏ ହେଲେ ମୁଦ୍ରାସ୍ଫୀତି ଓ ବେରୋଜଗାର ବିଷୟରେ କହିନାହାଁନ୍ତି । ଯାହା ପ୍ରମାଣ କରୁଛି ଯେ, ସେ ଏହି ସମସ୍ୟା ଗୁଡିକୁ ଅଣଦେଖା କରିଥିଲେ ।

Comments are closed.