ମୁମ୍ବାଇ: ଏବେ ରାତିରେ ଖୋଲା ରହିବ ସପିଂ ମଲ୍, ସିନେମା ହଲ ଏବଂ ରେଷ୍ଟୁରାଂଟ । ଗୁଜରାଟ, ଅହମ୍ମଦାବାଦ ଭଳି ମୁମ୍ବାଇରେ ଏସବୁ ଖୋଲା ରହିବ । ଏନେଇ ମହାରାଷ୍ଟ୍ର ପର୍ଯ୍ୟଟନ ମନ୍ତ୍ରୀ ଆଦିତ୍ୟ ଠାକରେ କହିଛନ୍ତି ।
ଜାନୁଆରୀ ୨୬ରୁ ପରୀକ୍ଷାମୂଳକ ଭାବେ ଅହମ୍ମଦାବାଦ ଭଳି ମୁମ୍ବାଇରେ ମଧ୍ୟ ୨୪ ଘଂଟିଆ ସିନେମା ହଲ୍, ରେଷ୍ଟୁରାଂଟ ଓ ସପିଂ ମଲ୍ ଖୋଲା ରହିବ । ତେବେ ଆବାସିକ ସ୍ଥାନରେ ଏସବୁ ବ୍ୟବସାୟିକ ପ୍ରତିଷ୍ଠାନକୁ ଖୋଳିବାକୁ ଅନୁମତି ଦିଆଯିବ ନାହିଁ ବୋଲି ସେ କହିଛନ୍ତି ।
ଯେଉଁଠି ଏହି ସବୁ ବ୍ୟବସାୟିକ ପ୍ରତିଷ୍ଠାନ ଥିବ ସେଠାରେ ସିସିଟିଭି ଏବଂ ପାର୍କିଂ ସୁବିଧା ରହିଛି କି ନାହିଁ ଦେଖିଲା ପରେ ହିଁ ସରକାର ଏନେଇ ଅନୁମତି ଦେବେ । ବାନ୍ଦ୍ରା, କୁର୍ଲା, ନରିମନ ପଏଂଟ, ଓ କାଲା ଘୋଡା ଆଦି ଅଂଚଳରେ ଥିବା ସପିଂ ମଲ, ସିନେମା ହଲ୍ ଏବଂ ରେଷ୍ଟୁରାଂଟ ଖୋଲିବାକୁ ଅନୁମତି ଦିଆଯିବ ବୋଲି ମନ୍ତ୍ରୀ ଆଦିତ୍ୟ ଠାକରେ କହିଛନ୍ତି ।
ତେବେ ଏହି ନିଷ୍ପତିକୁ ବିରୋଧୀ ବିଜେପି ସମାଲୋଚନା କରିଛି । ମହାରାଷ୍ଟ୍ର ସରକାର ସବୁ ନୀତି ନୈତିକତା ଭୁଲି ଯାଉଛନ୍ତିକି ବୋଲି ବିଜେପି ପ୍ରଶ୍ନ କରିଛି ।
Comments are closed.