Latest Odisha News

BREAKING NEWS

ନିର୍ଭୟା ଗଣଦୁଷ୍କର୍ମ ମାମଲା: ଜାନୁଆରୀ ୨୦ରେ ଦୋଷୀ ପବନର ଆବେଦନ ଉପରେ ଶୁଣାଣି

ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ୨୦ରେ ଜଣାପଡିବ ନିର୍ଭୟା ଦୋଷୀ ପବନ ଗୁପ୍ତା ନାବାଳକ ନା ନାହିଁ । ଏନେଇ ସୁପ୍ରିମକୋର୍ଟରେ ସୋମବାର ଶୁଣାଣି ହେବ । ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଫାଶୀ ନେଇ ସଦ୍ୟତମ ଡେଥ ୱାରେଂଟ ବାହାରିବା ପରେ ଦୋଷୀ ପବନ କୁମାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛି । ତାକୁ ନାବାଳକ ଭାବେ ଗ୍ରହଣ କରିବାକୁ ସେ ସୁପ୍ରିମକୋର୍ଟରେ ଆବେଦନ କରିଛି । ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ପବନକୁ ନାବାଳକ ଭାବେ ଗ୍ରହଣ କରିବାକୁ ମନା କରିଦେଇଛନ୍ତି ।

ପବନ ନିଜ ଆବେଦନରେ ଉଲ୍ଲେଖ କରିଛି ଯେ, ୨୦୧୨ ଡିସେମ୍ବର ୧୬ ସମୟରେ ସେ ନାବାଳକ ଥିଲା । ଦିଲ୍ଲୀ ହାଇକୋର୍ଟ ଶୁଣାଣି ସମୟରେ ଏହି ତଥ୍ୟକୁ ଅଣଦେଖା କରିଦେଇଥିବା ଦୋଷୀ ପବନ କହିଛି । ଘଟଣା ପରେ ହାଡ ଯାଂଚ ଆଧାରରେ  ବର୍ଷ ନିରୂପଣ କରୁଥିବା ପରୀକ୍ଷଣ ତା ସହିତ କରାଯାଇନଥିଲା । ତେଣୁ ଏପରି ସ୍ଥିତିରେ ଏହାର ଲାଭ ତାକୁ ମିଳିବା ଉଚିତ ବୋଲି ସେ କହିଛି ।

ପୂର୍ବରୁ ନିର୍ଭୟା ମାମଲାରେ ଆଉ ଜଣେ ଦୋଷୀ ନାବାଳକ ହୋଇଥିବା କାରଣରୁ ୩ ବର୍ଷ ପୂର୍ବରୁ ସୁଧାର ଗୁୃହରେ ରହିବା ପରେ ମୁକ୍ତ ହୋଇସାରିିଛି । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୬ ଜଣ ଅଭିଯୁକ୍ତ ସାମିଲ ଥିଲେ ।

ଏହାର ମୁଖ୍ୟ ଅଭିଯୁକ୍ତ ରାମ ସିଂହ ଜେଲ୍‌ରେ ଆତ୍ମହତ୍ୟା କରିସାରିଛି । ଅନ୍ୟ ୪ ଦୋଷୀ ମୁକେଶ ସିଂହ, ଅକ୍ଷୟ ଠାକୁର,ପବନ ଗୁପ୍ତା ଓ ବିନୟ ଶର୍ମାକୁ ଫେବୃଆରୀ ୧ ତାରିଖ ସକାଳ ୬ଟାରେ ଫାଶୀ ଦିଆଯିବା ନେଇ ଦିଲ୍ଲୀ ପଟିଆଲା ହାଉସକୋର୍ଟ ଡେଥ୍ ୱାରେଂଟ ଜାରି କରିଛନ୍ତିି ।

Leave A Reply

Your email address will not be published.