Latest Odisha News

BREAKING NEWS

କରୋନା ମହାମାରୀ ଯୋଗୁ ଘୁଂଚିଲା ଫ୍ରେଂଚ ଓପନ

ପ୍ୟାରିସ: କରୋନା ମହାମାରୀ ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାକୁ ଲାଗିଥିବାରୁ ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟକୁ ଆଉ ସପ୍ତାହେ ଘୁଂଚାଇ ଦିଅଯାଇଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଏହା ମେ ୨୩ରେ ହେବାକୁ ଥିବା ଏବେ ୩୦ରୁ ଆରମ୍ଭ ହେବ । କ୍ଲେ କୋର୍ଟରେ ଖେଳାଯାଉଥିବା ଏହି ଗ୍ରାଣ୍ଡ ସ୍ଲାମ ଟୁର୍ଣ୍ଣାମେଟ ଗତ ବର୍ଷ ବିନା ଦର୍ଶକରେ ଖେଳାଯାଇଥିଲା ।

ଟୁର୍ଣ୍ଣାମେଂଟ ତାରିଖ ଘୁଂଚିବା ଫଳରେ ଅନ୍ୟ ଏଟିପି ଓ ଡବ୍ଲ୍ୟୁଟିଏ ଟୁର୍ଣ୍ଣାମେଂଟ ପ୍ରଭାବିତ ହେବ ବୋଲି ଏଫଏଫଟି ଅଧ୍ୟକ୍ଷ ଗିଲେସ ମୋରେଟନ କହିଛନ୍ତି । ତଥାପି ସମସ୍ତଙ୍କ ସହ ଆଲୋଚନା କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.