Latest Odisha News

BREAKING NEWS

କରୋନାର ଦ୍ୱିତୀୟ ତରଙ୍ଗ ପାଇଁ ପ୍ରଧାନମନ୍ତ୍ରୀ ଦାୟୀ; ମମତା ବାନାର୍ଜୀ

କୋଲକାତା: କରୋନାର ଦ୍ୱିତୀୟ ତରଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସଂକ୍ରମଣ ଭିତରେ ବି ନିର୍ବଚାନ ରାଲି ଏବଂ ଅଭିଯାନ ଚାଲିଛି। ଯଦିଓ, ଅମିତ ଶାହା କହିଛନ୍ତି ଯେ ମାମଲାଗୁଡ଼ିକର ବୃଦ୍ଧି ସହିତ ମତଦାନକୁ ସଂଯୋଗ କରିବା ଭୁଲ୍‌।

ତେବେ ଅବଶିଷ୍ଟ ପର୍ଯ୍ୟାୟକୁ ଗୋଟିଏ ପର୍ଯ୍ୟାୟରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଛନ୍ତି। ଆଜି କାଲିଗଞ୍ଜରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବର୍ଷିଛନ୍ତି ଦିଦି। ସେ ମୋଦୀଙ୍କୁ ପ୍ରଶ୍ନ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ କରୋନା ବନ୍ଦ କରିବା ପାଇଁ କାହିଁକି ଯୋଜନା କରିନାହାଁନ୍ତି? … ଆପଣଙ୍କୁ ଏହାର ଉତ୍ତର ଦେବାକୁ ପଡିବ।

ସେ ଆହରି ମଧ୍ୟ କହିଛନ୍ତି ଯେ, କରୋନାର ଦ୍ୱିତୀୟ ତରଙ୍ଗ ପାଇଁ ପ୍ରଧାନମନ୍ତ୍ରୀ ଦାୟୀ। ଯଦି ସେ ଠିକ୍ ସମୟରେ ଦାୟିତ୍ବ ଗ୍ରହଣ କରିଥାନ୍ତେ ତେବେ ତାହା ହୋଇ ନଥାନ୍ତା।”

Leave A Reply

Your email address will not be published.