Latest Odisha News

BREAKING NEWS

ଦେଶରେ ଅଣାୟତ କରୋନା: ସନ୍ଧ୍ୟାରେ ଫାର୍ମା କମ୍ପାନୀଗୁଡ଼ିକ ସହ କଥା ହେବେ ମୋଦି

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଜଟିଳ ।  କେଉଁଠି ବେଡର ଅଭାବ ତ କେଉଁଠି ଅକ୍ସିଜେନର ଅଭାବ ଦେଖାଦେଉଛି । ଏହାସହ କେଉଁଠି ଔଷଧର ଅଭାବ ତ କେଉଁଠି ଡାକ୍ତରଙ୍କ ଅଭାବ ଦେଖାଦେଲାଣି । ଯାହା ସରକାରଙ୍କୁ ଚିନ୍ତାରେ ପକାଇଲାଣି । ଏଭଳି ସ୍ଥିତିରେ ଆଜି ପ୍ରଧାନମନ୍ତ୍ରୀ ଏନେଇ ରଣନୀତି ପ୍ରସ୍ତୁତ କରିପାରନ୍ତି ।
ସନ୍ଧ୍ୟାରେ ଡାକ୍ତର ଏବଂ ଫାର୍ମା କମ୍ପାନୀ ସହ ଆଲୋଚନା କରିବେ ମୋଦି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ସ୍ଥିତି ନେଇ  ଦେଶର ଅଭିଜ୍ଞ ଡାକ୍ତରମାନଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିବେ । ଅନ୍ୟପଟେ ସନ୍ଧ୍ୟା ୬ଟାରେ ମୋଦି ବଡ଼ ବଡ଼ ଫାର୍ମା କମ୍ପାନୀଗୁଡ଼ିକ ସହ ମଧ୍ୟ ଆଲୋଚନା କରିବେ ।
ଦେଶର ରାଜଧାନୀ ଦିଲ୍ଲୀରେ ସ୍ଥିତି ଅଣାୟତ୍ତ ହେବାରୁ ୬ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି କେଜ୍ରିଓ୍ବାଲ ସରକାର। ସେପଟେ ରାଜ୍ୟ ସରକାର ଲକ୍‌ଡାଉନ୍‌ କଟକଣା ଲଗାଇପାରିବେ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଘୋଷଣା କରିଛନ୍ତି ।ଦେଶରେ ଗତ ୨୪ ଘଣ୍ଟାରେ ୨ ଲକ୍ଷ ୭୩ ହଜାର ୮୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ୧୬୧୯ ଜଣଙ୍କ ମୃତ୍ୟୁ ଘଟିଛି ।
Leave A Reply

Your email address will not be published.