Latest Odisha News

BREAKING NEWS

‘ମୃତ୍ୟକୁମ୍ଭରେ ପରିଣତ ହୋଇଛି ମହାକୁମ୍ଭ’

କୋଲକତା: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ୨୦୨୫ ସମ୍ପର୍କରେ ଏକ ବିବାଦୀୟ ବୟାନ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଛନ୍ତି ଯେ, ମହାକୁମ୍ଭ ମୃତ୍ୟୁ କୁମ୍ଭରେ ପରିଣତ ହୋଇଛି । ଏହି କାର୍ଯ୍ୟକ୍ରମ ପାଇଁ ଠିକ୍ ଭାବରେ ଆୟୋଯୋଜନ କରାଯାଇନାହିଁ ।

ମଙ୍ଗଳବାର ବିଧାନସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରୟାଗରାଜର ମହାକୁମ୍ଭ ସମ୍ପର୍କରେ ଉତ୍ତରପ୍ରଦେଶ ଯୋଗୀ ସରକାରଙ୍କୁ ଟାର୍ଗେଟ କରି ଏହି ମନ୍ତବ୍ୟ ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ, ମହାକୁମ୍ଭରେ ଭିଭିଆଇପିମାନଙ୍କୁ ସ୍ୱତନ୍ତ୍ର ସୁବିଧା ଯୋଗାଇ ଦିଆଯାଉଛି, କିନ୍ତୁ ସାଧାରଣ ଲୋକଙ୍କୁ ସେଠାରେ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ‘ମୃତ୍ୟୁ କୁମ୍ଭ ଅଟେ’। ମୁଁ ମହାକୁମ୍ଭକୁ ସମ୍ମାନ କରେ, ମୁଁ ପବିତ୍ର ମାତା ଗଙ୍ଗାଙ୍କୁ ସମ୍ମାନ କରେ, କିନ୍ତୁ ମହାକୁମ୍ଭରେ କୌଣସି ଯୋଜନା ନାହିଁ। କେତେ ଜଣ ସୁସ୍ଥ ହୋଇଛନ୍ତି? ଧନୀ ଏବଂ ଭିଆଇପି ବ୍ୟକ୍ତିମାନଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ତମ୍ବୁ ପାଇବାର ବ୍ୟବସ୍ଥା ଅଛି । କୁମ୍ଭରେ ଗରିବ ଲୋକଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ । ମେଳାରେ ଭିଡ ହେବା ସାଧାରଣ କଥା, କିନ୍ତୁ ଏହାର ସୁବ୍ୟବସ୍ଥା କରିବା ଗୁରୁତ୍ୱପୂର୍ଣ୍ଣ ଅଟେ । ଆପଣ କଣ ଯୋଜନା କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ପ୍ରଶ୍ନ କରିଛନ୍ତି ମମତା ।

Comments are closed.