Latest Odisha News

BREAKING NEWS

ରାକ୍ଷୀ ବାନ୍ଧିବାକୁ ବିଗ୍- ବି’ଙ୍କ ଘରେ ପହଞ୍ଚିଲେ ମମତା ବାନାର୍ଜୀ

ମୁମ୍ବାଇ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାକ୍ଷୀ ବାନ୍ଧିବା ପାଇଁ ଅମିତାଭ ବଚ୍ଚନଙ୍କ ଘର ଜଲସା ପହଞ୍ଚିଛନ୍ତି। ଏଠାକୁ ପହଞ୍ଚି ବଚ୍ଚନ ପରିବାରକୁ ଭେଟିଲେ ମମତା ବାନାର୍ଜୀ। ଏହାପୂର୍ବରୁ ଅମିତାଭ ମମତାଙ୍କୁ ତାଙ୍କ ଘରକୁ ଚା ’ପାଇଁ ନିମନ୍ତ୍ରଣ କରିଥିଲେ। ତେବେ ଆଜି ସକାଳେ ମମତାଙ୍କୁ ସ୍ୱାଗତ କରିବା ପାଇଁ ଆଦିତ୍ୟ ଠାକରେ ମଧ୍ୟ ମୁମ୍ବାଇ ବିମାନବନ୍ଦରରେ ନଜର ଆସିଥିଲେ।

ଇଣ୍ଡିଆ ମେଣ୍ଟର ତୃତୀୟ ବୈଠକ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ମୁମ୍ବାଇରେ ପହଞ୍ଚିଛନ୍ତି। ବୈଠକ ପୂର୍ବରୁ ବଲିଉଡ଼ ଅଭିନେତା ଅମିତାଭ ବଚ୍ଚନ ଓ ତାଙ୍କ ପରିବାର ସହ ଭେଟିବାକୁ ଯାଇଥିଲେ ମମତା ଦିଦି। ଏହି ରକ୍ଷା ବନ୍ଧନ ଅବସରରେ ମମତା ବାନାର୍ଜୀଙ୍କୁ ଅମିତାଭ ନିଜ ଘରେ ଚା ’ପାଇଁ ନିମନ୍ତ୍ରଣ କରିଥିଲେ। ମମତା ବାନାର୍ଜୀ ମଧ୍ୟ ଅମିତାଭ ବଚ୍ଚନଙ୍କ ନିମନ୍ତ୍ରଣ କ୍ରମେ ତାଙ୍କ ଘରେ ପହଞ୍ଚିଥିବା ନଜର ଆସିଛନ୍ତି। ଏଠାରେ ପୁଅ ଅଭିଷେକ ବଚ୍ଚନ ଏବଂ ନାତୁଣୀଙ୍କୁ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ ଆଶୀର୍ବାଦ ଦେଉଥିବାର ନଜର ଆସିଛନ୍ତି। ଅମିତାଭଙ୍କ ପରିବାର ସହିତ ମମତା ବାନାର୍ଜୀଙ୍କ ଅନେକ ଫୋଟ ସୋସିଆଲ ମିଡିଆରେ ସେୟାର ହୋଇଛି।

ଆଜି ମମତା ବାନାର୍ଜୀଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ଆଦିତ୍ୟ ଠାକରେ ସ୍ୱାଗତ କରିଥିଲେ। ଆସନ୍ତାକାଲି ଇଣ୍ଡିଆ ମେଣ୍ଟର ହେବାକୁ ଥିବା ବୈଠକରେ ଦେବେ ଯୋଗ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କ ସହ ଅଭିନେତା ଅମିତାଭ ବଚ୍ଚନ ଏବଂ ତାଙ୍କ ପତ୍ନୀ ଜୟା ବଚ୍ଚନଙ୍କର ଭଲ ସମ୍ପର୍କ ରହିଛି। ଗତ ବର୍ଷ ଅମିତାଭ ବଚ୍ଚନ କୋଲକାତା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (KIIF) ର ଉଦଘାଟନୀ ସମାରୋହରେ ମଧ୍ୟ ଯୋଗ ଦେଇଥିଲେ, ଯେଉଁଠାରେ ମମତା ମଧ୍ୟ ଭାରତ ରତ୍ନ ପାଇଁ ତାଙ୍କ ନାମ ପ୍ରଚାର କରିଥିଲେ।

Comments are closed.