Latest Odisha News

BREAKING NEWS

ନିର୍ବାଚନ କମିସନଙ୍କୁ ମମତା ବାନାର୍ଜୀଙ୍କ ପ୍ରଶ୍ନ, କାହା ସ୍ବାର୍ଥରେ ପଶ୍ଚିମବଙ୍ଗରେ ୮ ପର୍ଯ୍ୟାୟରେ ମତଦାନ ପାଇଁ ନିଷ୍ପତ୍ତି ?

କୋଲକାତା : ଆଠଟି ପର୍ଯ୍ୟାୟରେ ହେବ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ଏନେଇ ଘୋଷଣା କରିଛନ୍ତି ନିର୍ବାଚନ କମିସନ । ମାର୍ଚ୍ଚ ୨୭ରୁ ଅପ୍ରେଲ ୨୯ ପର୍ଯ୍ୟନ୍ତ ଆଠଟି ପର୍ଯ୍ୟାୟରେ ହେବ ମତଦାନ । ତାରିଖ ଘେଷଣା କରିବା ପରେ ନିର୍ବାଚନ କମିସନଙ୍କ ନିଷ୍ପତ୍ତି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ।

ପଶ୍ଚିମବଙ୍ଗରେ ୮ ପର୍ଯ୍ୟାୟରେ ମତଦାନ କରିବା ନିଷ୍ପତ୍ତି କାହା ସ୍ବାର୍ଥରେ ବୋଲି ପ୍ରଶ୍ନ କରିଛନ୍ତି ମମତା ବାନାର୍ଜୀ । ତାମିଲନାଡୁ ବିଧାନସଭାର ୨୩୪ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଓ ଆସାମ ବିଧାନସଭାର ୧୨୬ ଆସନ ପାଇଁ ତିନିଟି ପର୍ଯ୍ୟାୟରେ ମତଦାନ ହେଉଥିବା ବେଳେ, ପଶ୍ଚିମବଙ୍ଗ ବିଧାନସଭାର ୨୯୪ ଆସନ ପାଇଁ ଆଠଟି ପର୍ଯ୍ୟାୟରେ ମତଦାନ କାହିଁକି ? ଟିଏମସି ମୁଖ୍ୟ ଅଭିଯୋଗ କରିଛନ୍ତି ଯେ ବିଜେପି ଧର୍ମ ଆଧାରରେ ଲୋକଙ୍କୁ ବିଭକ୍ତ କରିବାକୁ ଚେଷ୍ଟା କରୁଛି । ରାଜ୍ୟ ମତଦାନକୁ ପ୍ରଭାବିତ କରିବା ପାଇଁ ବିଜେପି ଏହାର ଅଧିକାରର ଅପବ୍ୟବହାର କରୁଛି ବୋଲି ମମତା ଅଭିଯୋଗ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହାଙ୍କ ପରାମର୍ଶରେ ଏହି ନିଆଯାଇଛି କି ? ପଶ୍ଚିମବଙ୍ଗରେ ସେମାନଙ୍କ ପ୍ରଚାରକୁ ସହଜ କରିବା ପାଇଁ ନିର୍ବାଚନ କମିସନ ଏପରି କରିଛନ୍ତି କି ? ସେମାନେ ପଶ୍ଚିମବଙ୍ଗ ଆସିବା ପୂର୍ବରୁ ଆସାମ ଏବଂ ତାମିଲନାଡୁରେ ପ୍ରଚାର ଶେଷ କରିପାରିବେ ? ହେଲେ, ଏହା ବିଜେପିକୁ ସାହାଯ୍ୟ କରିପାରିବ ନାହିଁ । କାରଣ ସେମାନଙ୍କ ଉଦ୍ଦେଶ୍ୟକୁ ସଫଳ କରିବାକୁ ଦିଆଯିବନି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ମମତା ବାନାର୍ଜୀ ।

ପଶ୍ଚିମବଙ୍ଗରେ ମାର୍ଚ୍ଚ ୨୭ରୁ ଏପ୍ରିଲ ୨୯ ପର୍ଯ୍ୟନ୍ତ ୮ଟି ପର୍ଯ୍ୟାୟରେ ମତଦାନ ହେବ । ସେହିପରି ମେ ୨ରେ ଘୋଷଣା ହେବ ଫଳାଫଳ ।

Leave A Reply

Your email address will not be published.