Latest Odisha News

BREAKING NEWS

ଉମାଶଙ୍କର ମିଶ୍ରଙ୍କ ଦୁଇଟି ଉପନ୍ୟାସ ‘ପ୍ରାୟଶ୍ଚିତ’ ଓ ‘ପରିବ୍ରାଜନ’ ଉନ୍ମୋଚିତ

କଟକ : ବିଶିଷ୍ଟ କଥାକାର ଉମାଶଙ୍କର ମିଶ୍ରଙ୍କ ଦୁଇଟି ଉପନ୍ୟାସ ‘ପ୍ରାୟଶ୍ଚିତ’ ଓ ‘ପରିବ୍ରାଜନ’ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ବିଶିଷ୍ଟ ଲେଖିକା ଡ. ମନୋରମା ମହାପାତ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ବିଶିଷ୍ଟ ସାହିତ୍ୟିକ ତଥା ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ଓ ସଭାପତି ଇଂ. ପ୍ରଭାକର ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ମୁଖ୍ୟବକ୍ତା ଭାବେ ପ୍ରଫେସର ନାରାୟଣ ସାହୁ ଓ ସମୀକ୍ଷକ ଭାବେ ଡକ୍ଟର ଚିତ୍ତରଞ୍ଜନ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।

ଉତ୍କଳ ସାହିତ୍ୟ ସମାଜର ସଭାପତି ତରୁଣ କୁମାର ସାହୁଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନାଟ୍ୟକାର ସଞ୍ଜିତ କୁମାର ପଟ୍ଟନାୟକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଓ ବ୍ରହ୍ମାନନ୍ଦ ବିଶ୍ବାଳ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.