Latest Odisha News

BREAKING NEWS

ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ମମତା ବାନାର୍ଜୀ

ନୂଆଦିଲ୍ଲୀ: ଆଜିଠୁ ତିନି ଦିନିଆ ଦିଲ୍ଲୀ ଗସ୍ତରେ ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ସନ୍ଧ୍ୟା ୫ଟାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା ବେଳେ ବିଏସଏଫର ଅଧିକାର କ୍ଷେତ୍ର ବୃଦ୍ଧି ଓ ତ୍ରିପୁରାରେ ହିଂସା ପ୍ରସଙ୍ଗ ଉଠାଇବେ ମମତା ବାନାର୍ଜୀ ।

ତ୍ରିପୁରା ହିଂସା ମାମଲାରେ ପୂର୍ବରୁ ମମତା ବାନାର୍ଜୀ ରାଷ୍ଟ୍ରୀୟ ମାନବାଧିକାର ଆୟୋଗ କିମ୍ବା ଧାରା ୩୫୫ କେଉଁଠି ଅଛି ବୋଲି ପ୍ରଶ୍ନ କରିଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ତ୍ରିପୁରାକୁ କେତୋଟି ନୋଟିସ୍ ପଠାଯାଇଛି ? ସଂସଦର ଶୀତ ଅଧିବେଶନ ପୂର୍ବରୁ ମମତାଙ୍କ ତିନି ଦିନିଆ ଦିଲ୍ଲୀ ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।

କୃଷି ଆଇନ ପ୍ରତ୍ୟାହାର ପରେ ବିଏସଏଫ୍ ଅଧିକାର କ୍ଷେତ୍ର ବୃଦ୍ଧି ସମେତ ଅନ୍ୟ ପ୍ରସଙ୍ଗରେ ବିରୋଧୀଙ୍କ ଏକଜୁଟ କରିବାକୁ ଉଦ୍ୟମ କରିବେ ମମତା ବାନାର୍ଜୀ । ଏସବୁ ପ୍ରସଙ୍ଗରେ କଂଗ୍ରେସର କିଛି ବରିଷ୍ଠ ନେତାଙ୍କ ସହ ଅନ୍ୟ ଦଳର ନେତାଙ୍କୁ ବି ମମତା ବାନାର୍ଜୀ ଭେଟିବେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.