Latest Odisha News

BREAKING NEWS

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ହୋଇଛି । ଗଜପତି ମହାରାଜ ଦିବ୍ୟସିଂହ ଦେବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଏକ ମଡେଲ ଅନାବରଣ କରିଥିଲେ । ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଭକ୍ତମାନେ ଶ୍ରୀମନ୍ଦିର ଚତୁପାର୍ଶ୍ୱରେ ବିନା ବାଧାରେ ପରିକ୍ରମା କରିବାର ସୁଯୋଗ ପାଇବେ । ଆଜି ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ପାଇଁ ଜମି ଦାନ କରିଥିବା ୧୫ ମଠ ମହନ୍ତ ଓ ୧୩୧ ଜଣ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ପରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା କରିଛନ୍ତି । ସ୍ୱତନ୍ତ୍ର ବ୍ୟାଟେରୀ ଚାଳିକ ଯାନରେ ପରିକ୍ରମା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ଆଜି ସମଗ୍ର ବିଶ୍ୱରେ ଜଗନ୍ନାଥପ୍ରେମୀଙ୍କ ପାଇଁ ଏକ ଐତିହାସିକ ଦିନ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ରହିବ ସୁରକ୍ଷା କରିଡ଼ର ଓ ସବୁଜ ବଳୟ ।

ଶ୍ରୀମନ୍ଦିର ଚାରିପାଖରେ ଭକ୍ତଙ୍କ ପରିକ୍ରମା ପାଇଁ ଅନ୍ତଃ ଓ ବାହ୍ୟ ପ୍ରଦକ୍ଷିଣ ପଥ ରହିବ । ଚାରିପଟରେ ଥିବା ମଠ ଏବଂ ମନ୍ଦିରଗୁଡ଼ିକର ପୁନଃ ବିକାଶ ହେବ । ରଥଯାତ୍ରା ଓ ଅନ୍ୟ ଯାନିଯାତ୍ରା ସମୟରେ ବ୍ୟବହାର ପାଇଁ ସ୍ୱତନ୍ତ୍ର ପ୍ରଦକ୍ଷିଣ ପଥ ରହିବ । ଭକ୍ତଙ୍କ ପାଇଁ ସବୁ ଦ୍ୱାରରେ ରହିବ ସୂଚନା ଓ ଦାନ କେନ୍ଦ୍ର ।

ଏକାସାଙ୍ଗରେ ୬ହଜାର ଭକ୍ତଙ୍କ ସୁବିଧା ପାଇଁ ଅଭ୍ୟର୍ଥନା ପ୍ରକୋଷ୍ଠ ରହିବ । ପଶ୍ଚିମ ଓ ଦକ୍ଷିଣ ପାର୍ଶ୍ୱରେ ଭକ୍ତଙ୍କ ପାଇଁ ଆଶ୍ରୟସ୍ଥଳୀ କରାଯିବ । ୨୦୧୬ ମସିହା ଜାନୁଆରୀ ମାସରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପରିକଳ୍ପନା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଆଜି ଶିଳାନ୍ୟାସ ସହ ପ୍ରକଳ୍ପ ବାସ୍ତବ ରୂପ ନେବାକୁ ଯାଉଛି ।

Leave A Reply

Your email address will not be published.