Latest Odisha News

BREAKING NEWS

ମେ’ ୫ରେ ଶପଥ ନେବେ ମମତା ବାନାର୍ଜୀ

କୋଲକାତା : ଆସନ୍ତା ମେ’ ୫ ତାରିଖରେ ତୃତୀୟ ଥର ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ । ଏନେଇ ସୂଚନା ଦେଇଛନ୍ତି ଟିଏମସି ନେତା ପାର୍ଥ ଚାଟାର୍ଜୀ । ପାର୍ଥ ଚାଟାର୍ଜୀ କହିଛନ୍ତି, ମମତା ବାନାର୍ଜୀଙ୍କ ଶପଥ ଗ୍ରହଣ ପରେ ପ୍ରୋଟେମ୍ ସ୍ପିକର ଭାବେ ବିମାନ ବନ୍ଦୋପାଧ୍ୟାୟ ନବନିର୍ବାଚିତ ବିଧାୟକଙ୍କ ଶପଥ ପାଠ କରାଇବେ ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସି ୨୦୦ରୁ ଅଧିକ ଆସନ ଅକ୍ତିଆର କରି ପୁଣି କ୍ଷମତାକୁ ଫେରିଛି । ଟିଏମସି ବିଧାୟକ ଦଳ ବୈଠକରେ ମମତା ବାନାର୍ଜୀଙ୍କୁ ସର୍ବସମ୍ମତିକ୍ରମେ ପାର୍ଟିର ନେତା ଭାବେ ଚୟନ କରାଯାଇଛି । ମମତା ବାନାର୍ଜୀ ମେ’ ୫ ତାରିଖରେ ଶପଥ ନେବେ। କିନ୍ତୁ କ୍ୟାବିନେଟର ଅନ୍ୟ ସଦସ୍ୟଙ୍କର ଶପଥ ପାଠ ମେ’ ୬ ତାରିଖରେ ହୋଇପାରେ । ସେହିପରି ବିଜେପିକୁ ମାତ୍ର ୭୬ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।

Leave A Reply

Your email address will not be published.