Latest Odisha News

BREAKING NEWS

ଦୋକାନରେ ଗହଳି ନ‌କରିବାକୁ ଅପିଲ କଲେ ଏସଆରସି

ଭୁବନେଶ୍ୱର: ଓଡିଶା ସରକାର ସାରା ରାଜ୍ୟରେ ଆସନ୍ତା ୫ରୁ ୧୯ ତାରିଖ ଯାଏଁ ଲକଡାଉନ ଘୋଷଣା କରିଛନ୍ତି। ଏଭଳି ସମୟରେ ଭୟଭୀତ ନହୋଇ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ସ୍ବତନ୍ତ୍ର ରିଲିଫ କମିଶନର ଅପିଲ କରିଛନ୍ତି।

ଏପରିକି ସହରରେ ଥିବା ଦୋକାନ ବଜାରରେ ଭିଡ଼ ନକରିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

ପନିପରିବା, ଆମିଷ ବଜାର, ଖାଦ୍ୟ ସାମଗ୍ରୀ, ମେଡିସିନ ଏବଂ କ୍ଷୀର ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନଗୁଡ଼ିକ ପ୍ରତିଦିନ ସକାଳ ୬ ଟାରୁ ଦିନ ୧୨ ଟା ଯାଏଁ ଖୋଲା ରହିବ। ତେବେ ଏହି ସମସ୍ତ ଦୋକାନଗୁଡ଼ିକ କେବଳ ସଟଡାଉନ ତଥା ଶନିବାର ଏବଂ ରବିବାର ଦିନ ବନ୍ଦ ରହିବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡିକୁ କିଣି ଘରେ ମହଜୁଦ ରଖିବା ଲାଗି ଦୋକାନ ଆଗରେ ଭିଡ଼ ଜମାଇବାର ଆବଶ୍ୟକ ନାହିଁ। କାରଣ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ପର‌୍ୟ୍ୟାପ୍ତ ପରିମାଣର ମହଜୁଦ ରହିଛି।

ଅତ୍ୟଧିକ ଭିଡ଼ ଯୋଗୁଁ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି।

 

Leave A Reply

Your email address will not be published.