Latest Odisha News

BREAKING NEWS

ରାଗିଗଲେ ମମତା, ନିତିଆୟୋଗ ବୈଠକ ଅଧାରୁ ଉଠି ଚାଲିଗଲେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ନୀତି ଆୟୋଗ ବୈଠକ ଚାଲିଛି । ସେହି ବୈଠକରେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବ୍ୟତିଆ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ସାମିଲ ହୋଇଛନ୍ତି । ବର୍ତ୍ତମାନ ମିଳିଥିବା ସୂଚନା ଅନୁସାରେ ବୈଠକ ଅଧାରୁ ନିଜ ଆସନ ଛାଡ଼ି ଚଳିଆସିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତେବେ ମୋତେ ବୈଠକରେ କିଛି କହିବାର ସୁଯୋଗ ମିଳୁନାହିଁ ବୋଲି କହିଛନ୍ତି ମମତା।

ମମତା କହିଛନ୍ତି, କେନ୍ଦ୍ର ସରକାର ମନଇଚ୍ଛା କାର୍ଯ୍ୟ କରୁଛନ୍ତି। ମୁଁ କେନ୍ଦ୍ର ସରକାରଙ୍କୁ କହିଲି ରାଜ୍ୟ ସରକାରଙ୍କ ସହିତ ଭେଦଭାବ କରିବା ଉଚିତ୍‌ ନୁହେଁ। ମୁଁ କହିବାକୁ ଚାହୁଁଥିଲି ହେଲେ ମୋତେ ୫ ମିନିଟ୍‌ କହିବାକୁ ଦିଆଗଲା। ମୋ ପୂର୍ବରୁ ଆଉ ସମସ୍ତଙ୍କୁ ୧୦-୨୦ ମିନିଟ୍‌ ସମୟ ଦିଆଯାଉଥିଲା। ବିରୋଧୀ ପକ୍ଷରୁ ମୁଁ ଏକା ବୈଠକରେ ସାମିଲ ହୋଇଥିଲି। ହେଲେ ମୋତେ କହିବାକୁ ଦିଆଗଲାନି। ଏହା ଅତ୍ୟନ୍ତ ଅପମାନଜନକ । ଏହା କେବଳ ବଙ୍ଗଳା ନୁହେଁ ସମସ୍ତ ଆଞ୍ଚଳିକ ଦଳ ପାଇଁ ଅପମାନ ବୋଲି କହିଛନ୍ତି ମମତା ।

Comments are closed.