Latest Odisha News

BREAKING NEWS

‘ମମତା ଘର’ ଜିଲ୍ଲା ଖଣିଜ ପ୍ରତିଷ୍ଠାନ; କେନ୍ଦୁଝର ତରଫରୁ ପୃଷ୍ଟିହୀନତା ଦୂର କରିବା ପାଇଁ ଏକ ସଫଳ ପ୍ରୟାସ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଏକ ଖଣି ଖାଦାନ ପ୍ରଭାବିତ ଜିଲ୍ଲା ଭାବରେ ପରିଚିତ । ଏହି ଜିଲ୍ଲାରେ ଖଣି ପ୍ରଭାବିତ ଅଞ୍ଚଳରେ ଲୋକ ମାନଙ୍କର ଜୀବନ ଜୀବିକାର ମାନରେ ଉନ୍ନତି ଆଣିବା ପାଇଁ ଡିଏମଏଫ ଓ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସଦା କର୍ତ୍ତବ୍ୟରତ । ଏହି ଖଣି ଖାଦାନ ପ୍ରଭାବିତ ଅଞ୍ଚଳର ଭି୭ ମାସରୁ ତିନି ବର୍ଷ ବୟସର ଶିଶୁ ମାନଙ୍କର ସ୍ୱାସ୍ଥ୍ୟ ତଥା ପୃଷ୍ଟି ରେ ଉନ୍ନତି ଆଣିବା ପାଇଁ ୨୦୧୮ ମସିହା ରୁ ଜିଲ୍ଳା ଖଣିଜ ପ୍ରତିଷ୍ଠାନ ତରଫରୁ ଭାରତରେ ପ୍ରଥମ କରି ଆମ କେନ୍ଦୁଝର ଜିଲ୍ଲାରେ ମହିଳା ଶିଶୁ ବିକାଶ ବିଭାଗ ମାଧ୍ୟମରେ ପ୍ରଣୟନ କରାଯାଇଛି । ବର୍ତ୍ତମାନ ଏହି ମମତା ଘର ଯୋଜନାକୁ ଏକ ଜାତୀୟ ସ୍ତର ର ସ୍ୱେଚ୍ଛାସେବୀ ସଙ୍ଗଠନ “ଏକଜୁଟ” ପରିଚାଳନା କରି ଆସୁଛି ।

ଗତ ଦୁଇ ବର୍ଷ ମଧ୍ୟରେ ବାଂଶପାଳ, ହରଚନ୍ଦନପୁର ଓ ଯୋଡ଼ା ବ୍ଲକ ସହତି ବଡବଲି ମୁନସିପାଲଟିରେ ମୋଟ ୬୦ ଗୋଟି ମମତା ଘର ହେବା ସହିତ ଏଥିରୁ ବର୍ତ୍ତମାନ ସୁଦ୍ଧା ୧୨୭୧ ଜଣ ଶିଶୁ ଉପକୃତ ହୋଇଛନ୍ତି ।

ମମତା ଘରର କାନ୍ଥ ଗୁଡିକରେ ସମୟ ସାରଣୀ ଓ ସପ୍ତାହିକ ଖାଦ୍ୟ ସୂଚୀ ଲଗାଯାଇଛି । ଶିଶୁ ମାନେ ସପ୍ତାହରେ ୬ ଗୋଟି ଅଣ୍ଡା ଖାଉଛନ୍ତି ।ଏକ ବର୍ଷ ମଧ୍ୟରେ ମମତା ଘର ଶିଶୁ ମାନଙ୍କଠାରେ ୮୦ ପ୍ରତିଶତ ପୃଷ୍ଟିହୀନତା ରେ ଉନ୍ନତି ଦେଖାଯାଉଛି ।

Leave A Reply

Your email address will not be published.