କୋଲକାତା: ବିଜେପିର ଶୁଭେନ୍ଦୁ ଅଧିକାରୀ ସୋମବାର ମୁଖ୍ୟମନ୍ତ୍ରୀ ତଥା ଟିଏମସିର ମୂଖ୍ୟ ମମତା ବାନାର୍ଜୀଙ୍କ ବିରୋଧରେ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି । ନାମାଙ୍କନ ପତ୍ର ସତ୍ୟପାଠରେ ମମତା ତାଙ୍କ ବିରୋଧରେ ଥିବା ୬ ମାମଲାର ତଥ୍ୟ ଦେଇ ନାହାନ୍ତି । ଶୁଭେନ୍ଦୁ ଏ ନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ମାମଲା ରୁଜୁ କରିଛନ୍ତି । ନିର୍ବାଚନ ଆୟୋଗ ଏବେ ଏହି ଘଟଣାର ତଦନ୍ତ କରୁଛନ୍ତି ।
ମମତାଙ୍କ ବିରୋଧରେ ୫ ଏଫଆଇଆର ଓ ଗୋଟିଏ ସିବିଆଇ ଏଫଆଇଆର ରହିଛି । ଗୋଟିଏ ମାମଲାରେ ହାଇକୋର୍ଟ ତାଙ୍କର ଆବେଦନକୁ ଖାରଜ କରି ଦେଇଛନ୍ତି । ମୋଦି ହୁଅନ୍ତୁ କିମ୍ବା ଦିଦି ନିୟମ ସମସ୍ତଙ୍କ ପାଇଁ ସମାନ ହେବା ଉଚିତ ବୋଲି ଶୁଭେନ୍ଦୁ କହିଛନ୍ତି । ସୂଚନାଯୋଗ୍ୟ ମମତାଙ୍କ ଅତି ନିକଟତର ଥିବା ଶୁଭେନ୍ଦୁ ଏବେ ଟିଏମସି ଛାଡି ବିଜେପିରେ ଯୋଗ ଦେଇଛନ୍ତି ।
Comments are closed.