Latest Odisha News

BREAKING NEWS

ପଶ୍ଚିମବଙ୍ଗରେ ଜମୁଛି ପ୍ରଚାର, ସିଲିଗୁଡିରୁ ପଦଯାତ୍ରା ଆରମ୍ଭ କଲେ ମମତା

ସିଲିଗୁଡ଼ି : ବିଧାନସଭା ନିର୍ବାଚନ ଲାଗି ପଶ୍ଚିମବଙ୍ଗରେ ରାଜନୀତି ସରଗରମ । ବିଧାନସଭା ଦଖଲ ଲାଗି ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତା ବ୍ରିଗେଡ ମୈଦାନରେ ବିଶାଳ ଜନସମାବେଶ କରିଥିବା ବେଳେ, ଅନ୍ୟପଟେ ମମତା ବାନାର୍ଜୀ ସିଲିଗୁଡିରୁ ଆରମ୍ଭ କରିଛନ୍ତି ପଦଯାତ୍ରା । ଏହି ପଦଯାତ୍ରାରେ ମମତା ଦରଦାମ ବୃଦ୍ଧିକୁ ପ୍ରସଙ୍ଗ ଉଠାଇଛନ୍ତି । ରୋଷେଇ ଗ୍ୟାସ୍ ସହ ପଦଯାତ୍ରା କରିଥିବା ବେଳେ, ମୋଦି କେବଳ ବଡ଼ ବଡ଼ କଥା କହନ୍ତି ବୋଲି ମମତା କହିଛନ୍ତି ।

ପଶ୍ଚିମବଙ୍ଗରେ ମମତାଙ୍କୁ କ୍ଷମତାରୁ ହଟାଇବା ପାଇଁ ପୁରା ଦମରେ ଲାଗି ପଡିଛି ବିଜେପି । କିନ୍ତୁ ବିଜେପିକୁ କଡ଼ା କାଉଣ୍ଟର ଦେଉଛନ୍ତି ମମତା ବାନାର୍ଜୀ । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳକୁ ଦେଶବାସୀ ଅପେକ୍ଷା କରି ରହିଛନ୍ତି ବୋଲି କହିଛନ୍ତି ଦିଦି । ଜନାଦେଶ ମୋଦିଙ୍କ ବିପକ୍ଷରେ ଯିବ ବୋଲି ମମତା କହିଛନ୍ତି । ପଦଯାତ୍ରା ସମୟରେ ମୋଦି କଡ଼ା ସମାଲୋଚନା କରିଛନ୍ତି ମମତା ବାନାର୍ଜୀ । କହିଛନ୍ତି, ପ୍ରଥମେ ଦିଲ୍ଲୀକୁ ବିକିଲା ପରେ, ଲାଲ କିଲ୍ଲା ଏବେ ଏୟାର ଇଣ୍ଡିଆ ବିକ୍ରି ହେବ । ଏହା ପଛକୁ ରହିଛି ତାଜମହଲ । ପ୍ରତିରକ୍ଷା ବି ବିକ୍ରି କରିଦେଲେଣି, ଏବେ ଭାରତର ନାମକରଣ କଣ ‘ମୋଦି’ ହେବ ?

ସେ କହିଛନ୍ତି ଯେ ବାସ୍ତବରେ ଦେଶ ଏବେ ପରିବର୍ତ୍ତନ ଚାହୁଁଛି ଏହି ପରିବର୍ତ୍ତନର ବିଗୁଲ ପଶ୍ଚିମବଙ୍ଗବାସୀ ଫୁଙ୍କିବେ । ପଶ୍ଚିମବଙ୍ଗର ଜଣେ ଜଣେ ଭୋଟରର ଭୋଟ ଦେଶର ଭବିଷ୍ୟତ ନିର୍ଣ୍ଣୟ କରିବ। ଦେଶର ନାମ ହିନ୍ଦୁସ୍ତାନ ନା ମୋଦି ସ୍ତାନ ହେବ ତାହା ବେଙ୍ଗଲ ନିଷ୍ପତ୍ତି ନେବ ବୋଲି କହିଛନ୍ତି ମମତା ବାନାର୍ଜୀ ।

Leave A Reply

Your email address will not be published.