Latest Odisha News

BREAKING NEWS

ତୀବ୍ବତ ପହଞ୍ଚିଲା ଚୀନ୍ ବୁଲେଟ୍ ଟ୍ରେନ୍

ବେଜିଂ: ତୀବ୍ବତ ପହଞ୍ଚିଲା ଚୀନ୍ ବୁଲେଟ୍ ଟ୍ରେନ୍ । ଚୀନ୍ ଚଳିତବର୍ଷ ଜୁଲାଇ ମାସ ପୂର୍ବରୁ ଅଋଣାଚଳ ପ୍ରଦେଶ ସଲଗ୍ନ ଭାରତର ସୀମାବର୍ତ୍ତୀ କ୍ଷେତ୍ର ପାଖାପାଖି ତୀବ୍ବତ ପର୍ଯ୍ୟନ୍ତ ବୁଲେଟ୍‌ ଟ୍ରେନ୍‌ ସଞ୍ଚାଳନ ଆରମ୍ଭ କରିବ । ଏହା ଚୀନ୍‌ର ସମସ୍ତ ସୀମା ଲାଗି ହାଇସ୍ପିଡ ଟ୍ରେନ ସେବାର ଏକ ପ୍ରାରମ୍ଭ । ଚୀନ୍‌ ସରକାରୀ ରେଲୱେ ଗ୍ରୁପ କମ୍ପାନୀ ଲିମିଟେଡର ଚେୟାରମ୍ୟାନ୍‌ ଲୁ ଡୋଙ୍ଗଫୁ ସରକାରୀ ସମ୍ବାଦ ସରବରାହ ସଂସ୍ଥା ସିହ୍ନୁଆକୁ ଏହି ସୂଚନା ଦେଇଛନ୍ତି ।

୪୩୫ କିଲୋମିଟର ଦୀର୍ଘ ରେଳମାର୍ଗରେ ଡିଜେଲ ଓ ବିଦ୍ୟୁତରେ ଚାଲୁଥିବା ହାଇସ୍ପିଡ୍ ଫକ୍ସିଂ ଟ୍ରେନ ସେବା ଆରମ୍ଭ କରାଯିବ ବୋଲି ସେ କହିଛନ୍ତି । ଏଥିଲାଗି ତୀବ୍ବତ ରାଜଧାନୀ ଲାସା ଓ ପୂର୍ବ ତୀବ୍ବତର ନିଙ୍ଗଚୀ ମଧ୍ୟରେ ୨୦୧୪ ମସିହାରୁ ରେଳମାର୍ଗ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହା ତୀବ୍ବତର ପ୍ରଥମ ଏପରି ରେଳ ମାର୍ଗ ଯେଉଁଠାରେ ବିଦ୍ୟୁତ ଦ୍ୱାରା ଟ୍ରେନ ଚାଲିବ ।

ଗତ ୨୦୨୦ ମସିହାରେ ମାର୍ଗରେ ରେଳ ଧାରଣା ବିଛାଇବା କାମ ଶେଷ ହୋଇଥିଲା । ଜୁନ ୨୦୨୧ ସୁଧା ମାର୍ଗରେ ଟ୍ରେନ୍‌ ଚଳାଚଳ ଆରମ୍ଭ ହେବ । ୨୦୨୫ ଶେଷ ସୁଧା ଦେଶରେ ହାଇସ୍ପିଡ୍‌ ରେଲ ନେଟୱାର୍କ ୫୦ ହଜାର କିଲୋମିଟର କରିବାକୁ ଚୀନ୍‌ ଲକ୍ଷ ଧାର୍ଯ୍ୟ କରିଛି । 

Leave A Reply

Your email address will not be published.