Latest Odisha News

BREAKING NEWS

ମମିତା ମେହେର ହତ୍ୟା ମାମଲା : କଣ୍ଟାବାଂଜି ଏଡିଜେ କୋର୍ଟରେ ଚାର୍ଜଫ୍ରେମ୍ ହେଲା ଦାଖଲ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ବଲାଙ୍ଗୀର, କଣ୍ଟାବାଂଜି ଏଡିଜେ କୋର୍ଟରେ ହେଲା ମାମଲାର ଚାର୍ଜଫ୍ରେମ୍ ଦାଖଲ ହୋଇଛି । ଚାର୍ଜସିଟ୍ ଦାଖଲ ପରେ ଚାର୍ଜଫ୍ରେମ୍ କଲେ ଏଡିଜେ କୋର୍ଟ । ଚାର୍ଜଫ୍ରେମ୍ ପରେ ୮ ତାରିଖରୁ ମାମଲାର ଶୁଣାଣି ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ୨୦୨୧ ମସିହା ଅକ୍ଟୋବର ୮ ତାରିଖଠାରୁ ନିଖୋଜ ଥିଲେ । ପରିବାରଲୋକ ଉକ୍ତ ମାସ ୧୨ ତାରିଖରେ ବଲାଙ୍ଗୀର ଜିଲ୍ଲା ସିନ୍ଦକେଲା ଥାନାରେ ମାମଲା ରୁଜୁ କରିଥିଲେ ।  ୧୪ ତାରିଖ ଦିନ ପୋଲିସ ସ୍କୁଲର ପରିଚାଳନା ସଭାପତି ଗୋବିନ୍ଦ ସାହୁଙ୍କୁ ଅଟକ ରଖିଥିଲା । ହେଲେ ହଠାତ ୧୬ ତାରିଖ ଗୋବିନ୍ଦ ସାହୁ ଟିଟିଲାଗଡ ପୋଲିସ ହେପାଜତରୁ ଫେରାର ହୋଇଯାଇଥିଲେ ।   ଖୋଦ ବଲାଙ୍ଗୀର ଓ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ତଦନ୍ତ ଭାର ନେଇଥିଲେ ।

Leave A Reply

Your email address will not be published.