Latest Odisha News

BREAKING NEWS

ଆର ପାରିରେ ଖ୍ୟାତନାମା ଫିଲ୍ମମେକର ସାୱନ କୁମାର

ମୁମ୍ବାଇ: ଖ୍ୟାତନାମା ଫିଲ୍ମମେକର, ନିର୍ଦ୍ଦେଶକ, ପ୍ରଡ୍ୟୁସର ଓ ଲେଖକ ସାୱନ କୁମାର ଟାକଙ୍କ ୮୬ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଏବେ କିଛି ଦିନ ହେବ ଅସୁସ୍ଥ ଥିଲେ ଓ ଧୀରୁଭାଇ ଅମ୍ବାନୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଗୁରୁବାର ପୁନର୍ବାର ହାର୍ଟଆଟାକ ଆସିବାରୁ ତାଙ୍କୁ ଆଇସିୟୁରେ ଭର୍ତି କରାଯାଇଥିଲା । ମାତ୍ର ସମସ୍ତ ଉଦ୍ୟମ ସତ୍ୱେ ତାଙ୍କୁ ବଂଚାଯିବା ସମ୍ଭବପର ହୋଇ ନ ଥିଲା । ମଲଟିପୁଲ ଅର୍ଗାନ ଫେଲର ଯୋଗୁ ତାଙ୍କୁ ମୃତ୍ୟୁ ଘଟିଥିବା ଭଣଜା ନବୀନ କୁମାର ସ୍ପଷ୍ଟ କରିଛନ୍ତି । । ସାୱନ କୁମାର ସୌତନ, ସୌତନ କି ବେଟୀ, ସନମ ବେୱଫା, ବେବଫା ସେ ୱଫା ପରି ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ ।

ଜିନ୍ଦେଗୀ ପ୍ୟାର କା ଗୀତ ହେ ଗୀତ ଲେଖି ସେ ସାରା ଭାରତରେ ପରିଚିତ ହୋଇଥିଲେ । ୧୯୬୭ରେ ନୈନିହାଲ ଫିଲ୍ମ ମାଧ୍ୟମରେ କ୍ୟାରିୟର ଆରମ୍ଭ କରିଥିଲେ । ସଞ୍ଜୀବ କାପୁର ଅଭିନୀତ ଏହି ଫିଲ୍ମ ଜାତୀୟ ପୁରସ୍କାର ହାସଲ କରିଥିଲା । ସାୱନ କୁମାରଙ୍କ ପରଲୋକ ଖବର ଶୁଣିବା ପରେ ସଲମାନ ଖାଁଙ୍କ ସମେତ ଅନେକ କଳାକାର ଏବଂ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.