Latest Odisha News

BREAKING NEWS

ମମିତା ମେହେର ହତ୍ୟାକାଣ୍ଡ : IIC ନିଲମ୍ବିତ

କଳାହାଣ୍ଡି: ମମିତା ମେହେର ହତ୍ୟାକାଣ୍ଡ ମାମଲାରେ IIC ନିଲମ୍ବିତ ।  କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଆଇଆଇସି ଡମୁ ପରଜା । ମମିତା ମେହେର ହତ୍ୟା ମାମଲାରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ନିଜ ଦାୟିତ୍ଵରେ ଅବହେଳା ପାଇଁ ଥାନା ଅଧିକାରୀ ନିଲମ୍ବିତ ହୋଇଛନ୍ତି ।

ମମିତା ମେହେର ହତ୍ୟା ଘଟଣା ସାରା ରାଜ୍ୟରେ ଚହଳ ପକାଇଛି । ଏହାକୁ ନେଇ ୧୨ ଘଣ୍ଟିଆ ବଲାଙ୍ଗୀର ବନ୍ଦ ଡାକରା ଦେଇଥିଲା ବିଜେପି। ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କୁ ପରିଚାଳନା ସଭାପତି ଗୋବିନ୍ଦ ସାହୁ ହତ୍ୟା କରି ପୋଡିବା କଥା ସ୍ପଷ୍ଟ ହେବା ପରେ ଜୋର ଧରିଛି ପ୍ରତିବାଦ । ଗୋବିନ୍ଦଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି ।

ସେପଟେ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ୫ ଦିନିଆ ରିମାଣ୍ଡରେ ନେଇଛି ବଲାଙ୍ଗୀର ପୋଲିସ ।

Leave A Reply

Your email address will not be published.