Latest Odisha News

BREAKING NEWS

ସୁପର ୱଣ୍ଡର ଓମ୍ୟାନକୁ ଭାରତ ବିରୋଧୀ ଚିତ୍ରିତ କରାଯିବା ନେଇ ବିବାଦ

ନୂଆଦିଲ୍ଲୀ: ଆମେରିକାର ଲୋକପ୍ରିୟ ଡିଟେକ୍ଟିଭ କମିକ୍ସ (ଡିସି) ବୁଧବାର ତାର ନୂତନ ଆନିମେଟଡ ସୁପରମ୍ୟାନ ମୁଭି ଇନଜଷ୍ଟିସ ରିଲିଜ କରିଛି । ତେବେ ଏଥିରେ କଶ୍ମୀରକୁ ବିବାଦୀୟ କ୍ଷେତ୍ର ଭାବେ ବର୍ଣ୍ଣନା କରାଯାଇଛି । ଯାହାକୁ ନେଇ ଏହି ବିବାଦ ସୃଷ୍ଟି ହୋଇଛି । ଫିଲ୍ମରେ ସୁପରମ୍ୟାନ ଓ ୱଣ୍ଡର ଓମ୍ୟାନଙ୍କୁ ଭାରତ ବିରୋଧୀ ଭାବେ ଚିତ୍ରିତ କରାଯାଇଛି । ସେମାନେ କଶ୍ମୀରରେ ପ୍ରବେଶ କରି ଆର୍ମ ଫ୍ରି ଜୋନ ଘୋଷିତ କରିଛନ୍ତି ।

ଏଥିରେ ଭାରତ ଏବଂ ସେନାର ଛବିକୁ ଖରାପ କରିବା ପାଇଁ ଉଦ୍ୟମ ହୋଇଛି । ସୋସିଆଲ ମିଡିଆରେ ୟୁଜର୍ସମାନେ ଏହାକୁ ଟ୍ରୋଲ କରିବା ସହ ବ୍ୟାନ କରିବା ପାଇଁ ଦାବୀ କରିଛନ୍ତି । ଏପରିକି ହ୍ୟାଶଟ୍ୟାଗ ଆଂଟିଇଣ୍ଡିଆସୁପରମ୍ୟାନ ଟ୍ରେଣ୍ଡ କରିବାରେ ଲାଗିଛି ।

Leave A Reply

Your email address will not be published.