Latest Odisha News

BREAKING NEWS

ମମିତା ହତ୍ୟା ଘଟଣା ,ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ସିପିଆଇଏମ

ପୁରୀ : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା କାଣ୍ଡରେ ରାଜରାସ୍ତାକୁ ଓହ୍ଲାଇଲା ସିପିଆଇଏମ । ଏହି ଘଟଣାକୁ ନେଇ ବିବାଦ ବଢ଼ିବାରେ ଲାଗିିଛି । ରାଜସ୍ୱ ଗୃହ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଗିରଫ କରିବା ସହ ଘଟଣାର ଏସଆଇଟି ତଦନ୍ତ କରିବା ପାଇଁ ସିପିଆଇଏମ ପକ୍ଷରୁ ଦାବି କରାଯାଇଛି ।ଆଜି ପୁରୀ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ସିପିଆଇଏମ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବୀ ପତ୍ର ଦିଆଯାଇଛି।

ଅନ୍ୟପଟେ ଲୋମହର୍ଷଣକାରୀ ,ସୁପରିଲଳ୍ପିତ ହତ୍ୟା କାଣ୍ଡ ସହ ପୋଲିସ ହାଜତ ମୃତ୍ୟୁ ,ଦଳିତ ଅତ୍ୟାଚାର ନିର୍ଯ୍ୟାତନା ରାଜ୍ୟ ସରକାରଙ୍କ ଶାସନ ସମୟରେ ବଢ଼ିଛି ବୋଲି ଅଭିଯୋଗ ଆଣିଛି ସିପିଆଇଏମ୍ । ଏଥିସହ ମମିତାଙ୍କ ପରିବାରକୁ ଏକ କୋଟି ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ସିପିଆଇଏମ୍ ଦାବି କରିଛି।

Leave A Reply

Your email address will not be published.